ହଳଦୀର ଉପକାରୀ ଗୁଣ
– ରକ୍ତ ପରିଷ୍କାର ପାଇଁ ସକାଳୁ ଖାଲି ପେଟରେ ହଳଦୀ ଗୁଡ଼ କିମ୍ବା ମହୁ ଖାଇଲେ ରକ୍ତ ଶୀଘ୍ର ପରିଷ୍କାର ହୋଇଥାଏ । ନିୟମିତ ହଳଦୀ, ଗୁଡ଼ ଖାଉଥିବା ବ୍ୟକ୍ତିକୁ କୌଣସି ରୋଗ ଆକ୍ରମଣ କରେ ନାହିଁ । ପ୍ରତିଦିନ ହଳଦୀ ଲଗାଇଲେ ଚର୍ମରୋଗ ଦୂର ହୁଏ । ହଳଦୀ ଖାଇଲେ କୃମି ନଷ୍ଟ ହୁଏ ।
– ହଳଦୀକୁ ସିଝାଇ ଥଣ୍ଡା କରି ସେହି ପାଣିରେ ମହୁ ମିଶାଇ ପିଇଲେ ଘିମିରି ଭଲ ହୁଏ ।
– ଶ୍ୱାସକ୍ରିୟା ସମୟରେ ଧଇଁସଇଁ ଲାଗିଲେ ହଳଦୀକୁ ଗରମ ପାଣିରେ ମିଶାଇ ପିଅନ୍ତୁ ।
– ଘୋଳଦହି ସହିତ ବଟା ହଳଦୀ ମିଶାଇ ପିଇଲେ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳେ ।
– କଞ୍ଚା ହଳଦୀ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବୁଲା ଭଲ ହୋଇଥାଏ ।
– ହଳଦୀକୁ ବାଟି ରାଶି ତେଲରେ ମିଶାଇ ଲଗାଇଲେ ଚର୍ମରୋଗ ଭଲ ହୋଇଥାଏ ।
– ହଳଦୀ ବଟା ସହିତ ମହୁ ମିଶାଇ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଦରଜ ସହିତ ଅଣ୍ଟାବିନ୍ଧା ପ୍ରଭୃତି ଭଲ ହୋଇଥାଏ ।
– ଅମରପୋଇ ପତ୍ର ସହିତ ହଳଦୀକୁ ବାଟି ଲେପ ଦେଇ ହାତ, ପାଦଜଳା, ପୋଡ଼ା ବନ୍ଦ ହୁଏ ।
– ହଳଦୀ ଓ ହରିଡ଼ାକୁ ଲୁହା ପାତ୍ରରେ ଘୋରି କଣନଖାରେ ଲଗାଇଲେ କଣନଖା ଭଲ ହୁଏ ।
– ନିମ୍ବ ଛେଲି ସହ ଶୁଖିଲା ହଳଦୀ କିମ୍ବା କଞ୍ଚା ହଳଦୀ ବାଟି ଖାଲି ପେଟରେ ପିଇଲେ ମଧୁମେହ ରୋଗରୁ ମୁକ୍ତି ମିଳେ ।


