ସ୍ତ୍ରୀ ପୁରୁଷଙ୍କୁ ବରବାଦ କରିଦେବ ଏଭଳି କାମ
ଆଜିର ଯୁବପିଢ଼ି ପୁରାଣ ଶାସ୍ତ୍ର କଥାକୁ ବିଶ୍ୱାସ କରିପାରୁନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଏଡାଇ ଦେଇପାରନ୍ତି ନାହିଁ । ଏଥିରେ ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଲେଖାଯାଏ, ଯାହା ଅନେକ ବଡ ବଡ ସମସ୍ୟାରୁ ମୁକ୍ତି ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ ବିଷୟରେ ଜଣାଇବୁ ଯାହା ଯେତେ ଲୁଚାଇଲେ ବି ଲୁଚି ପାରିବ ନାହିଁ । ଭବିଷ୍ୟତରେ ନିଜର ଏହି ଭୁଲ ବୈବାହିକ ଜୀବନରେ ଝଡ ସୃଷ୍ଟି କରିଥାଏ ।
ମିଛ କହିବା: ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ଆଉ ଗୋଟିଏ ମିଛ କହିବା ଆଦୌ ଭଲ ଅଭ୍ୟାସ ନୁହେଁ । ଦିନେ କର୍ଣ୍ଣ ମଧ୍ୟ ଏପରି ଏକ ଭୁଲ କରିଥିଲେ । ନିଜକୁ ମିଛରେ ବ୍ରାହ୍ମଣ ରୂପେ ପରିଚୟ ଦେଇ ଗୁରୁ ପର୍ଶୁରାମଙ୍କ ଠାରୁ ଯୁଦ୍ଧ ବିଦ୍ୟା ଶିଖିଥିଲ । କିନ୍ତୁ ପରେ ପର୍ଶୁରାମ ଜାଣିପାରି ତାଙ୍କୁ ଅଭିଶାପ ଦେଇଥିଲେ । ଯାହର ପରିଣାମ ସ୍ୱରୂପ ଅର୍ଜୁନଙ୍କ ଶରରେ କର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା ।
କପଟ କରିବା ବା ଧୋକା ଦେବା: ଭଗବାନ କପଟ ସହିପାରନ୍ତି ନାହିଁ । କପଟି ଲୋକଙ୍କୁ ଉଚିତ ଶାସ୍ତି ଦିଅନ୍ତି । ମହାଭାରତରେ କୌରବମାନେ ପାଣ୍ଡବଙ୍କ ସହିତ ଅନେକ କପଟ, ଛଳ କରିଥିଲେ । ଫଳରେ ତାଙ୍କର ଅନ୍ତିମ ପରିଣାମ ଭୟଙ୍କର ଥିଲା । ସମସ୍ତେ ପାଣ୍ଡବଙ୍କ ହାତରେ ବଧ ହୋଇଥିଲେ ।
ହତ୍ୟା କରିବା:ଶାସ୍ତ୍ର କହେ ଏଥିରେ କେବେ କ୍ଷମା ନଥାଏ । ହତ୍ୟାକାରୀକୁ ଦଣ୍ଡ ଅବଶ୍ୟ ମିଳିଥାଏ । ଯେତେ ଲୁଚାଇଲେ ବି ହତ୍ୟା ଭଳି ନାରକୀୟ ପାପ ଲୁଚେ ନାହିଁ ।
ଅହଙ୍କାର:ନିଜକୁ ଯେତେ ଭଲ ବୋଲି ଦର୍ଶାଇଲେ ମଧ୍ୟ ନିଜର ଅହଙ୍କାରୀ ଗୁଣକୁ କେହି ଭୁଲି ପାରନ୍ତି ନାହିଁ । ଏଭଳି ବ୍ୟକ୍ତି ନିଜକୁ ଅହଙ୍କାରକୁ ରକ୍ଷା କରିବା ପାଇଁ ପାପ କରିବାକୁ ମଧ୍ୟ ପଛାଏ ନାହିଁ । ଏହାର ଉଦାହରଣ ସ୍ୱରୂପ ରାବଣ ଓ ଦୁର୍ଯ୍ୟୋଧନ । ଏମାନଙ୍କର ଅହଙ୍କାର ହିଁ ତାଙ୍କ ପତନର କାରଣ ।
ବ୍ୟଭିଚାର ଅର୍ଥାତ ଅନୈତିକ ସମ୍ପର୍କ:ଯେଉଁ ପୁରୁଷ ଓ ସ୍ତ୍ରୀମାନେ ଅନୈତିକ ସମ୍ପର୍କ ରଖିଥାନ୍ତି, ସେମାନେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହା ଦିନେ ଲୋକଲୋଚନକୁ ଆସିଯାଏ । ଭୟଙ୍କର ରୋଗ ଭଳି ଯନ୍ତ୍ରଣା ଦିଏ । ଏଥିରେ ବୈବାହିକ ଜୀବନ ନଷ୍ଟ ହୋଇଯାଏ ।


