ତାରସିଂ ପୋଲିସ ପକ୍ଷରୁ କୋରନା ସଚେତନତା ଶୋଭାଯାତ୍ରା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ସବୁଠି ଚାଲିଛି ଅଜଣା ଶକ୍ତି କୋରନା ମହାମାରୀ ବିରୁଦ୍ଧରେ ଲଢେଇ ଆଉ ଏହି ଲଢ଼େଇରେ ସରକାର ଓ ଜନସାଧାରଣଙ୍କ ପାଇଁ ଆଗଧାଡ଼ିର ଯୋଦ୍ଧା ହୋଇ ଠିଆ ହୋଇଛନ୍ତି ଆମ ପୋଲିସ ମାନେ। ବିଭିନ୍ନ ସଂଘଠନ ପକ୍ଷରୁ କୋରନା ଭୁତାଣୁକୁ ପ୍ରତିରୋଧ ପାଇଁ ସଚେତନତା କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ତାରସିଂ ପୋଲିସ ପକ୍ଷରୁ ଗତକାଲି ଥାନା ଅଧିକାରୀ ସବ୍ୟସାଚୀ ମଲଙ୍କ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀ ମାନେ ସହରରେ ଏକ ପଦଯାତ୍ରା ଆରମ୍ଭ କରି କୋରନା ସଚେତନତା କରିଛନ୍ତି। ସାମାଜିକ ଦୂରତ୍ୱ ସହ ମାସ୍କ ପରିଧାନ କରିବା। ସାବୁନରେ ହାତକୁ ବାରମ୍ବ।ର ସଫା କରନ୍ତୁ। ସରକାରୀ ନିୟମକୁ ପାଳନ କରି ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ଏ ବାର୍ତା ଦେଇ ତାରସିଂ ପୋଲିସ ଆଜି ଜନସାଧାରଣ ଙ୍କୁ ସଚେତନତା କରାଇଛି।


