ସାନିଟାଇଜର ନେଲା ତିନି ଜୀବନ, ଜଣଙ୍କ ଆଖି ନଷ୍ଟ
ମେକ୍ସିକୋ : ହ୍ୟାଣ୍ଡ୍ ସାନିଟାଇଜର୍ ପିଇ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଆଖି ନଷ୍ଟ ହୋଇଯାଇଛି । ଏପରି ଘଟଣା ଘଟିଛି ନ୍ୟୁ ମେକ୍ସିକୋ ଅଞ୍ଚଳରେ। ହ୍ୟାଣ୍ଡ ସାନିଟାଇଜର୍ ପିଇବା ପରେ ଅନ୍ୟ ତିନିଜଣଙ୍କ ସ୍ଥିତି ବେଶ୍ ଗମ୍ଭୀର ରହିଛି । ପିଇଥିବା ହ୍ୟାଣ୍ଡ୍ ସାନିଟାଇଜର୍ରେ ମେଥାନଲ୍ ରହିଥିଲା । ମଦର ବିକଳ୍ପ ଭାବରେ ସେମାନେ ସାନିଟାଇଜର୍କୁ ପିଇଦେଇଥିଲେ ବୋଲି ଜଣାପଡିଛି । ଶରୀରରେ ମିଥାନେଲ୍ର ମାତ୍ରା ଅଧିକ ରହିଲେ ମୁଣ୍ଡ ବ୍ୟଥା, ବାନ୍ତି, ଦେଖାନ ଯିବା ତଥା କୋମାକୁ ଚାଲିଯିବା ପରି ସମ୍ଭାବନା ସୃଷ୍ଟି ହୋଇଥାଏ । କରୋନା ମହାମାରୀ ପୂର୍ବରୁ କିଛି ଜେଲ୍ରେ ସାନିଟାଇଜର୍ ଉପଯୋଗକୁ ବାରଣ କରାଯାଇଥିଲା । କାରଣ କଏଦୀ ମାନେ ଏହାକୁ ପିଇ ମୃତ୍ୟୁବରଣ କରିବା କିମ୍ବା ଏହାଦ୍ବାରା ନିଆଁ ଲଗାଇ ପାରନ୍ତି ବୋଲି ସମ୍ଭାବନା ରହିଥିବାରୁ ଏହାକୁ ଜେଲ୍ରେ ବ୍ୟବହାର କରାଯିବା ନେଇ ନିଷେଧାଜ୍ଞା ରହିଥିଲା । ନିକଟରେ ଆମେରିକାର ଫୁଡ୍ ଏଣ୍ଡ୍ ଡ୍ରଗ୍ ଏଡିମିନିଷ୍ଟ୍ରେସନ୍ ମକ୍ସିକୋର ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ବାରା ପ୍ରସ୍ତୁତ ହେଉଥିବା ସାନିଟାଇଜର ବ୍ୟବହାରକୁ ବାରଣ କରିଥିଲା । ଏହି ସାନିଟାଇଜ୍ରେ ଟକ୍ସିକ୍ କେମିକାଲ୍ ରହିଥିବାର ସୂଚନା ମିଳିଥିଲା । ତେବେ ମୃତକମାନେ କେଉଁ କମ୍ପାନୀର ସାନିଟାଇଜର୍ ପିଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।