ଯାଜପୁରର ୨୧ ଜଣ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ
ଯାଜପୁର, ( ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଯାଜପୁର ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ଗ୍ରାମର ୨୧ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଳ୍ାପାଳ ଶ୍ରୀ ଦାସ ଆବାସିକ କାର୍ଯ୍ୟାଳୟ ଠାରେ ଏହି ପଟ୍ଟା ବଣ୍ଟନ କରିଥିଲେ । ଜିଲ୍ଳ୍ାପାଳ ଅନ୍ୟ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଧ୍ୟ ଯଥାଶିଘ୍ର ପଟ୍ଟା ପ୍ରଦାନର ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ । ବସୁନ୍ଧରା ଯୋଜନାରେ ଗୃହ ହୀନଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଚ୍ଥି ବୋଲି ତହସିଲଦାର ସୁନିଲ କୁମାର ମେହେର ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ତହସିଲର ମୁଖ୍ୟ କିରାଣୀ ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।