ସଟ୍ଡାଉନର ୨ୟ ଦିନରେ ସବୁଠି ଖାଁ ଖାଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତିରେ କରୋନା ସ୍ଥିତି ସଙ୍ଗିନ ଅବସ୍ଥାରେ ପହଞ୍ଚିଛି । କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହର ସମେତ ଅନ୍ୟାନ୍ୟ ଅଞ୍ଚଳ ୩ଦିନ ସଟ୍ଡାଉନ୍ ଘୋଷଣା କରାଯିବା ପରେ ଆଜି ୨ୟ ଦିନରେ ସମସ୍ତ ଅଞ୍ଚଳ ସମ୍ପୁର୍ଣ୍ଣ ନିସ୍ତବ୍ଧ ହୋଇ ଖାଁ ଖାଁ ଦେଖାଦେଇଛି । ସମସ୍ତ ରାସ୍ତା ଘାଟ ଗୁଡିକ ଶୁନଶାନ୍ ହୋଇପଡିଛି । ଅତ୍ୟାବଶ୍ୟକୀୟ େଓøଷଧ ଦୋକାନ,ପେଟ୍ରୋଲ ପମ୍ପ,ଗ୍ୟାସ ଯୋଗାଣ ଆଦି ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ଗୁମ୍ମା,ଗୋଷାଣୀ ବ୍ଲକ ଏବଂ କାଶାନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତ ମଧ୍ୟ ୩ଦିନିଆ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମସ୍ତ ଅଞ୍ଚଳରେ ପୋଲିସ ତରଫରୁ ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଟ୍ଡାଉନ୍କୁ ଦ୍ରୁଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ପେଟ୍ରୋଲିଂକୁ କଡାକଡି କରାଯାଇଛି ।


