ସାପ ଦେଖିବାର ଫଳାଫଳ

ପ୍ରାୟ ସମସ୍ତେ ସାପ ଦେଖିଲେ ଡରନ୍ତି । କିଛି ଲୋକ ସାପ ଦେଖିବା ମାତ୍ରେ ଅଘଟଣ ଆଶଙ୍କା କରି ତାକୁ ମାରିଦିଅନ୍ତି । କିନ୍ତୁ ଆପଣ ଜାଣିଛନ୍ତି, ସାପ ଦେଖିଲେ ଶୁଭ ହୁଏ ବୋଲି କୁହାଯାଏ । କେଉଁଠି ଓ କେତେବେଳେ କେଉଁ ରଙ୍ଗର ସାପ ଦେଖିଲେ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ।
ଯଦି ଆପଣ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖନ୍ତି, ତାହା ହେଲେ ଧନ ଲାଭ ହୋଇପାରେ । ଯଦି ଆପଣ ସ୍ୱପ୍ନରେ ଏକରୁ ଅଧିକ ଧଳା ସାପ ଦେଖନ୍ତି, ତାହା ହେଲେ ଜାଣନ୍ତୁ ନାଗ ଦେବତାଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ଅଛି । ସୋମବାର ଓ ପଞ୍ଚମୀରେ ସାପ ଦେଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ଘରେ ଅବା ବାହାରେ କେଉଁଠି ଧଳା ରଙ୍ଗର ସାପ ଦେଖିଲେ ମଧ୍ୟ ଧନପ୍ରାପ୍ତି ହୁଏ ବୋଲି କୁହାଯାଏ ।
ଯଦି ସାପ ଫଣା ଟେକି ରହିଥିବାର ଦେଖନ୍ତି ତେବେ ତାହା ହେଲେ ଶୁଭଫଳ ପ୍ରାପ୍ତି ହେବ ବୋଲି ଜାଣନ୍ତୁ । ସାପ ଲଢ଼େଇ କରୁଥିବାର ଦେଖିଲେ କୌଣସି ବିବାଦରେ ଫସିଯାଆନ୍ତି । ଯଦି ସ୍ୱପ୍ନରେ ଆପଣ ବହୁତ ସାପ ଦେଖନ୍ତି ତେବେ ଦେବତାମାନେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି କହିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ