ଜିଲ୍ଲା ପ୍ରଶାସନ ଛତ୍ରପୁର କଳ୍ପବାସୀନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଛତ୍ରପୁର ଏନ ଏସି ଅନ୍ତର୍ଗତ ୧୨ନଂ ୱାର୍ଡ ର କଳ୍ପବାସୀନଗର ରେ ରବିବାର ଜଣେ ବ୍ୟକ୍ତି କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁ ଲୋକଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଉକ୍ତ ଅଂଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଜଣାଇଥିଲେ l ସୋମବାର ଗଞ୍ଜାମ ଜିଲ୍ଲାପାଳ ତାହାକୁ ମଞ୍ଜୁର କରିଛନ୍ତି l କଳ୍ପବାସୀନଗର କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ୧୨ନଂ ୱାର୍ଡ ଅନ୍ତର୍ଗତ ବିନୋଦ ବିହାରୀ ସାହି, ରେଡ୍ଡୀ ସାହି, ଭଣ୍ଡାରୀ ସାହି ଏବଂ କଳ୍ପବାସୀନଗର କୁ ସଂଯୋଗ ଥିବା ବଳକା ଅଂଶ କୁ ବଫରଜୋନ ଭାବେ ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି l ନିଷିଦ୍ଧାଞ୍ଚଳ ଏବଂ ବଫରଜୋନ ନିୟମ ଅନୁସାରେ ସାହି ବାସିନ୍ଦା ମାନେ ଏହାକୁ ମାନି ଘରେ ସୁରକ୍ଷିତ ରହିବାକୁ କୁହାଯାଇଛି l


