ବୁଗୁଡା ବ୍ଲକ : ଶିକ୍ଷା ବିଭାଗରୁ ପାଞ୍ଚ ଜଣ ଅବସର

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକରେ ଶିକ୍ଷା ବିଭାଗର ୫ ଜଣ ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିଥିବା ଜଣାପଡିଛି। ବୁଗୁଡା ବିଇଓ ଅଫିସର ମୁଖ୍ୟ କିରାଣୀ ନଗେନ୍ଦ୍ର ନାୟକ ଅବସର ଗ୍ରହଣ କରିଥିବା ବେଳେ ବୁଗୁଡା ବ୍ଲକର ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ରାଉତ ମଧ୍ୟ ଅବସର ଗ୍ରହଣ କରିଛନ୍ତି। ବୁଗୁଡା ବିଇଓ ରସାନନ୍ଦ କର ଶ୍ରୀ ରାଉତଙ୍କୁ ପେନସନ ପତ୍ର ପ୍ରଦାନ କରିଥିଲେ। ଏବିଇଓ ପୀତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ଅଫିସ କିରାଣୀ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠର ଶିକ୍ଷକ ତଥା ବୁଗୁଡା ବ୍ଲକ ଓଷ୍ଟାର ସଭାପତି ଅମର କୁମାର ସାହୁ, ବାଲିପଦର ହାଇ ସ୍କୁଲ ପ୍ରଧାନଶିକ୍ଷକ ଗିରିଧାରୀ ସାହୁ ଓ ଗୋଲିଆ ହାଇ ସ୍କୁଲ ଶିକ୍ଷକ ପ୍ରଶନ କୁମାର ମହାପାତ୍ର ତିନି ଜଣ ମଧ୍ୟ ଆଜି ଅବସର ଗ୍ରହଣ କରିଛନ୍ତି। ସମସ୍ତ ଶିକ୍ଷକଙ୍କୁ ନିଜ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାପଡିଛି। ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟିର ସଭାପତି ଭିକାରୀ ପ୍ରଧାନ, ଶିକ୍ଷକ ନରେନ୍ଦ୍ର କୁମାର ନାୟକ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପ୍ରଧାନଶିକ୍ଷକ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ