ଜୀବନ ବୀମା ପ୍ରିମିୟମ୍ ସଂଗ୍ରହ : ଆସିକା ଡାକମଣ୍ଡଳର ଉଲ୍ଲେଖନୀୟ ସଫଳତା
ଆସିକା (ୱାଇଏନ୍ଏସ୍) ଜୀବନ ବୀମା ପ୍ରିମିୟମ୍ ସଂଗ୍ରହ କ୍ଷେତ୍ରରେ ଆସିକା ଡାକମଣ୍ଡଳ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି । ଡାକବିଭାଗର ଓଡିଶା ସର୍କଲର ପରାମର୍ଶକ୍ରମେ ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହୋଇଥିବା ବିଶେଷ ଅଭିଯାନ (ସ୍ପେଶାଲ୍ ଡ୍ରାଇଭ୍) ମାଧ୍ୟମରେ ଆସିକା ଓ ଭଂଜନଗର ପ୍ରଧାନ ଡାକଘର ଅଧିନସ୍ଥ ୪୫ଟି ଉପଡାକଘର ଏବଂ ୨୮୬ଟି ଗ୍ରାମୀଣ ଶାଖା ଡାକଘର ମାଧ୍ୟମରେ ୬୮୩ ଜଣ ପଲିସିଧାରୀଙ୍କ ଠାରୁ ୧୩ କୋଟି ୭୭ ଲକ୍ଷ ୮୦ ହଜାର ବୀମା ବାବଦକୁ ଡାକ ଜୀବନ ବୀମା (ପିଏଲ୍ଆଇ) ଏବଂ ଗ୍ରାମୀଣ ଡାକ ଜୀବନ ବୀମା (ଆର୍ପିଏଲ୍ଆଇ) ଯୋଜନାରେ ୨୫ ଲକ୍ଷ ୨୬ ହଜାର ୫୫୭ ଟଙ୍କା ପ୍ରିମିୟମ୍ ଆଦାୟ କରି ଆଶାନୁରୂପ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି । ଡାକ ଜୀବନ ବୀମା (ପିଏଲ୍ଆଇ) ଓ ଗ୍ରାମୀଣ ଡାକ ଜୀବନ ବୀମା (ଆର୍ପିଏଲ୍ଆଇ) ଯୋଜନାରେ ଆସିକା ଡାକମଣ୍ଡଳ ଉଲ୍ଲେଖନୀୟ ପ୍ରିମିୟମ୍ ହାସଲ କରି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏହି ସଫଳତା ପାଇଁ ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରା ବିଭାଗୀୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତାର ସ୍ରୋତକୁ ଆହୁରି ଅଧିକ ତ୍ୱରାନ୍ୱିତ ଓ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ପ୍ରେରଣା ଓ ମାର୍ଗଦର୍ଶନ ସାଙ୍ଗକୁ ବିଭିନ୍ନ ଉପଡାକଘର ଓ ଗ୍ରାମୀଣ ଡାକଘରକୁ ଘନ ଘନ ଗସ୍ତ କରି ଜୀବନ ବୀମା ପ୍ରିମିୟମ୍ ସଂଗ୍ରହ କରିବା ଲାଗି କାର୍ଯ୍ୟରତ କର୍ମଚାରୀ ଓ ଜନସାଧାରଣଙ୍କୁ ସଚେତନତାର ଫଳ ସ୍ୱରୂପ ଏହିି ଆଶାନୁରୂପ ଉଲ୍ଲେଖନୀୟ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି । ଆସିକା ଡାକମଣ୍ଡଳର କର୍ମଚାରୀ ତଥା ବିଭାଗୀୟ ଉନ୍ନୟନ ଅଧିକାରୀ ଦୀପକ ରଂଜନ ପାଣିଗ୍ରାହୀ, ବଂଶୀଧର ରାଉତ, ରୁଦ୍ରନାରାୟଣ ପୋଲାଇ, ଶୁଭଙ୍କର ପଣ୍ଡା, ଶୁଭ୍ରକାନ୍ତ ପାତ୍ର, ସୁମନ ସଂଗୀତ ପଟ୍ଟନାୟକ, ସ୍ମୃତିରଂଜନ ପାତ୍ର, କିରଣବାଳା ଚୌଧୁରୀ, ରମାକାନ୍ତ ଶତପଥୀ, ବସନ୍ତ କୁମାର ମହାରଣା, ବଂଶୀଧର ରାଉତ, ଆନନ୍ଦ ବେହେରା, ରବିନ୍ଦ୍ର ପ୍ରଧାନ, ଶିବରାମ ସାହୁ, ଗୋପାଳକୃଷ୍ଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ଡାକୁଆ, ରଚି ବେହେରା, ଉମାଚରଣ ବେହେରା, ମହାକାଳ ନାୟକ, ଅନଙ୍ଗ କୁମାର ସାହୁ, ପବିତ୍ର ସାହୁ, ଅଶୋକ କୁମାର ମିଶ୍ର, ମନୋଜ କୁମାର ସେଠୀ, ନିରଞ୍ଜନ ବାଡତ୍ୟା, ଅଭିଶପ୍ତ ପ୍ରଧାନ, ଦୀପିକା ରଥ ପ୍ରମୁଖଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ଡାକ ଜୀବନ ବୀମା (ପିଏଲ୍ଆଇ), ଗ୍ରାମୀଣ ଡାକ ଜୀବନ ବୀମା (ଆର୍ପିଏଲ୍ଆଇ) ଯୋଜନାରେ ଏହି ସଫଳତା ମିଳିଥିବା ଜଣାପଡିଛି । ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ଡାକ ବିଭାଗର ଓଡିଶା ସର୍କଲ୍ ପକ୍ଷରୁ ଆସିକା ଡାକମଣ୍ଡଳକୁ ଜୀବନ ବୀମା କ୍ଷେତ୍ରରେ ୫୧ କୋଟି ଟଙ୍କା ପ୍ରିମିୟମ୍ ଆଦାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଥିବା ବେଳେ ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ବିଭାଗୀୟ କର୍ମଚାରୀଙ୍କ ଅହରହ ପ୍ରୟାସରେ ୧୬ ହଜାର ୭୨୦ ଜଣ ପଲିସିଧାରୀଙ୍କ ପ୍ରାୟ ୬୭ କୋଟି ଟଙ୍କା ପ୍ରିମିୟମ୍ ଆଦାୟ କରି ସମଗ୍ର ଓଡିଶାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଥିବା ମଧ୍ୟ ନଜିର୍ ରହିଛି । ଡାକ ଜୀବନ ବୀମା (ପିଏଲ୍ଆଇ) ଏବଂ ଗ୍ରାମୀଣ ଡାକ ଜୀବନ ବୀମା (ଆର୍ପିଏଲ୍ଆଇ) ମାଧ୍ୟମରେ ନୂତନ ପ୍ରିମିୟମ୍ ସଂଗ୍ରହ ଓ ସଫଳତା କ୍ଷେତ୍ରରେ ଆସିକା ଡାକମଣ୍ଡଳ ସଫଳତା ହାସଲ କରି ସମଗ୍ର ରାଜ୍ୟସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଡାକସେବାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ଲାଗି ଚାଲିଥିବା ପ୍ରୟାସକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।


