ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ସଭାପତି
ଭୁବନେଶ୍ୱର: ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ସଭାପତି ନବୀନ ପଟ୍ଟନାୟକ । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟାଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁର । ଉପସଭାପତି ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ ଆରୁଖ, ଉଷା ମିଶ୍ର, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା । ସାଧାରଣ ସମ୍ପାଦକ ମୁଖ୍ୟାଳୟ ସଞ୍ଜୟ ଦାସବର୍ମା ଏବଂ ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ବିଜେଡିର ୯ ଉପସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେମାନେ ହେଲେ ମଙ୍ଗଳା କିଷାନଙ୍କୁ ଜନଜାତି ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଦେବୀ ମିଶ୍ରଙ୍କୁ ଓଡ଼ିଶା ମୋ ପରିବାର, ବିକ୍ରମ ଆରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ମଙ୍ଗଳ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତୀକରଣ, ବଦ୍ରି ପାତ୍ରଙ୍କୁ ଆଞ୍ଚଳିକ ଉନ୍ନୟନ, ପ୍ରଦୀପ ଅମାତଙ୍କୁ ସଶକ୍ତ ଓଡ଼ିଶା ଏବଂ ପଦ୍ମନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତି ସଶକ୍ତୀକରଣ ଦାୟିତ୍ୱ ଦିଆଯାଇଛି ।