ୱାରେଣ୍ଟ ବଳରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

 ଦିଗପହଣ୍ଡି (ଅଳକ ନାଥ ମିଶ୍ର) : ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗ୍ରାମର ଅମିନ ପରିଡ଼ା,ଜଗନ୍ନାଥପୁର ଗ୍ରାମର ବିଭୁ ସେଠୀ ଏବଂ ଖଲିଙ୍ଗି ଗ୍ରାମର ସନାତନ ପ୍ରଧାନ  ଙ୍କୁ ଶନିବାର ପାଟପୁର ପୋଲିସ ୱାରେଣ୍ଟ ବଳରେ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ ଚାଲାଣ କରିଛନ୍ତି। ୩ ଅଭିଯୁକ୍ତ  ମାଜିଷ୍ଟ୍ରେଟ ଙ୍କ  ଆଦେଶ ପ୍ରକାରେ  କୋର୍ଟ ରେ ହାଜର ହେଉନଥିବା କାରଣରୁ  ମାମଲା ନଂ. ଯଥା କ୍ରମେ ଜି.ଆର ମାମଲା ନଂ.୧୩୧/୨୩,୩୨/୨୨ ଏବଂ ୨୪୭/୨୨  ଅନୁଯାୟୀ  ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା ବୋଲି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।କୋର୍ଟ ଙ୍କ ଆଦେଶ ପ୍ରକାରେ ପାଟପୁର ଥାନା ଏସଆଇ ଶ୍ରୀନିବାସ ଦାସ ଏବଂ ଏଏସଆଇ ଅଶୋକ କୁମାର ପଟ୍ଟନାୟକ ଅଭିଯୁକ୍ତ ମାନଙ୍କୁ  ଜାମିନ ବିହୀନ ୱାରେଣ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ