ଶିକ୍ଷକ ସଂଘର କତଜ୍ଞତା ଜ୍ଞାପନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଶିକ୍ଷକ ସଂଘର ୫୬୧ଜଣ ଶିକ୍ଷା ସହାୟକ କନିଷ୍ଠ ଶିକ୍ଷକ ମାନ୍ୟତା ପ୍ରାପ୍ତ କରିଥିବାରୁ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାର ସମସ୍ତ ଅଧୀକାରୀଙ୍କ କୃତଜ୍ଞତା ଜ୍ଞାପନ କରିବା ସହ ଏକ ବୈଠକର ଆୟୋଜନ କରିଛନ୍ତି । ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲାରେ ଶିକ୍ଷାର ଉନ୍ନତ୍ତି ନିମନ୍ତେ ପ୍ରୟାସ କରିବାକୁ କହିଛନ୍ତି । ଏହି ବୈଠକରେ ତ୍ରିପତୀ ପାଢୀ, ସୀମାଞ୍ଚଳ ଶତପଥୀ, ଶୁଭବ୍ରତ ପାଢୀ, ଦୀପକ ପଣ୍ଡା, କୃଷ୍ଣ ଗୌଡ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ