ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ବେଲକୁଣ୍ଠା ,(ଯୁଗାବ୍ଦ ନ୍ୟୁଜ) ବେଲକୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁରଠାରେ ସହଜ ତରଫରୁ ଏକ ଗ୍ରାହାକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସମରଝୋଳସ୍ଥିତ ଶଙ୍କର ଚକ୍ଷୁ ଡାକ୍ତରଖାନା ସହଯୋଗରେ ମାଗଣା ଚକ୍ଷୁ ପରଳ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଲକୁଣ୍ଠା ବ୍ଲକ ଅଧ୍ୟକ୍ଷ କେ. ଋବୀନ୍ଦ୍ର କୁମାର ପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିରର ଉଦ୍ଘାଟନ କରିଥିଲେ । ଉକ୍ତ ଶିବିରରେ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ , ଗାଙ୍ଗପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳକ ସାଇରାମ ସେଠୀ, ମନୋଜ ପଣ୍ଡା, ଅନୀଲ ପଟ୍ଟନାୟକ , ତାରାତାରୀଣୀ ପୃଷ୍ଟି , ସରୋଜ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଚକ୍ଷୁ ଶିବିରରେ ମୋଟ ୭୮ ଜଣଙ୍କର ଆଖି ପରୀକ୍ଷା କରାଯାଇଥିବାବେଳେ ୧୦ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା ।ଏଥିସହଲ ୧୮ଜଣଙ୍କୁ ମାଗଣା ପରଳ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଗାଙ୍ଗପୁର ଗ୍ରାହାକ ସେବା କେନ୍ଦ୍ର ପରିଚାଳିକା ଝିଲ୍ଲୀ ଦାସ, ଚିକିତ୍ସାଳୟର କର୍ମଚାରୀ ଲିଜା ରାଣୀ ସେଠୀ, ସ୍ୱାତୀ ଟିକି ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।