କ୍ରାଇମ ବ୍ରାଞ୍ଚ ନଜରରେ ସାରଥି ଓରଫ ସନ୍ତୋଷ ରାଉଳ
ଭୂବନେଶ୍ୱର , କ୍ରାଇମ ବ୍ରାଞ୍ଚ ନଜରରୁ ଘଟିପାରି ନାହିଁ ଭଣ୍ଡବାବା ସାରଥି ଓରଫ୍ ସନ୍ତୋଷ ରାଉଳ । ଦୀର୍ଘ ଚାରୀ ବର୍ଷ ଧରି ଜେଲର ଚାରିକାନ୍ଥରୁ ମୁକୁଳିଥିବା ସାରଥି ଙ୍କୁ ପୂର୍ବରୁ ୨ ଟି ମାମଲାରେ ବେଲ ମିଳିଥିବାବେଳେ ୩ୟ ମାମଲାରେ ସାରଥି ଙ୍କୁ ୫ ଗୋଟି ସର୍ତ୍ତରଖି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସାରଥିଙ୍କୁ ଜାମିନ୍ ମିଳିବା କଥା ଶୁଣିବା ପରେ ସାରଥି ଖୁସି ହୋଇ ଦିନ ସାରା ଜେଲରେ ଧ୍ୟାନ ମୁଦ୍ରାରେ ବସିଥିଲେ ସତ କିନ୍ତୁ କ୍ରାଇମ ବ୍ରାଞ୍ଚ ତାଙ୍କ ଉପରେ କଡା ନଜର ରଖିବ । ସନ୍ତୋଷ ରାଉଳ ଦୀର୍ଘ ଦିନ ଧରି ଜେଲର ଚାରିକାନ୍ଥରୁ ବାହାରି ଖୁସୀ ଅନୁଭବ କରିଛନ୍ତି । କିନ୍ତୁ କ୍ରାଇମ ବ୍ରାଞ୍ଚର ନଜର ସାରଥିଙ୍କ ଉପରେ ରହିବ । କୋର୍ଟ ଦେଇଥିବା ୫ ଗୋଟି ସର୍ତ୍ତକୁ ଯଦି କୈାଣସି ବିଶୃଙ୍ଖଳାର ଖବର ଆସେ ତେବେ ପୁଣି ଥରେ ସାରଥିଙ୍କୁ କାଳକୋଠରୀ ମଧ୍ୟକୁ ଯିବାକୁ ପଡିବ ।


