ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ
ବାଙ୍ଗାଲୁରୁ : ବିଜେପି ନେତା କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶୁକ୍ରବାର ସଂନ୍ଧ୍ୟା ୬ ଟା ସମୟରେ ରାଜ୍ୟପାଳ ବାଲା ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆସ୍ଥା ଭୋଟ ପରେ ଅନ୍ୟ ମନ୍ତ୍ରୀ ମାନଙ୍କୁ ଶପଥ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଗତ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ତାଙ୍କର କାର୍ଯ୍ୟକାଳ ବହୁ ଦିନ ତିଷ୍ଠି ପାରିନାହିଁ । ୨୦୦୭ ମସିହାରେ ସେ ୭ ଦିନ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜେଡିଏସ୍ ସମର୍ଥନରେ ଏକ ମିଳିତ୍ ସରକାର ଚଳାଉଥିଲେ ମଧ୍ୟ ତାହା ୭ ଦିନରୁ ଅଧିକ ତିଷ୍ଟି ପାରିନାହିଁ । ୨୦୦୮ ଖଣି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ୨୦୧୨ ରେ ପୁଣି ତାଙ୍କୁ ଇସ୍ଥଫା ଦେବାକୁ ପଡିଥିଲା । ୭୬ ବର୍ଷ ବୟସରେ ପୁଣି ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି କେତେ ଦିନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।


