ଶିଶୁ ବିଳମ୍ବରେ କଥା କହିବାର କାରଣ

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି । ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ । ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ବିଳମ୍ବରେ କଥା କୁହନ୍ତି । ମାତୃଗର୍ଭରେ ସେମାନଙ୍କର ଶରୀରର ବିକାଶ ଠିକ୍ ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥାଏ । ଏନେଇ ଇଲୁନଏଜ୍ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି । ଏଭଳି ଶିଶୁଙ୍କଠାରେ ଶୁଣିବା ଏବଂ ବୁଝିବା ଶକ୍ତି ପ୍ରାୟତଃ କମ୍ ରହିଥାଏ । ଶୁଣିବା ଏବଂ ବୁଝିବା ପ୍ରକ୍ରିୟା ମସ୍ତିଷ୍କର ଅଡ଼ିଓଟାରୀ କୋଟେକ୍ସ୍ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ । ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଏହି କୋଟେକ୍ସ୍ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ପାରି ନ ଥାଏ । ଜନ୍ମର ଶେଷ ୩ରୁ ୪ମାସ ମଧ୍ୟରେ ଏହାର ବିକାଶ ହୋଇଥାଏ । ତେଣୁ ୭, ୮ କିମ୍ବା ୯ ମାସରେ ଜନ୍ମଗ୍ରହଣ କରିଥିବା ଶିଶୁଙ୍କଠାରେ ଅଧିକାଂଶ କ୍ଷେତ୍ରରେ ଶୁଣିବା କ୍ଷମତା କମ୍ ରହିଥାଏ । ଶୁଣିବା କ୍ଷମତା କମ୍ ରହିଲେ ବୁଝିବା ଓ କଥା କହିବା ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ମାତୃଗର୍ଭରେ ଅଧିକ ସମୟ ରହିଥିବା ଶିଶୁ ମାନସିକସ୍ତରରେ ସବଳ ରହିଥାନ୍ତି । ସେମାନେ ପ୍ରତିଟି କାର୍ଯ୍ୟକୁ ଧୈର୍ଯ୍ୟର ସହିତ ଅନୁଧ୍ୟାନ କରି ବୁଝି ବିଚାରି କାର୍ଯ୍ୟ କରିଥାନ୍ତି । ତେବେ ବିଳମ୍ବରେ କଥା ହେଉଥିବା ଶିଶୁଙ୍କ ସହିତ ମାତାପିତା ଅଧିକ ସମୟ ବିତାଇବା ଆବଶ୍ୟକ । ଏହା ଦ୍ୱାରା ଶିଶୁ ଧୀରେ ଧୀରେ କଥା କହିବା ଆରମ୍ଭ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ