ସମବାୟ ଚିନିଶିଳ୍ପରେ ସ୍ୱାଧୀନତା ଦିବସ

ଆସିକା  (ୱାଇଏନ୍‍ଏସ୍‍) :ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ସମବାୟ ଚିନିଶିଳ୍ପରେ ସ୍ୱାଧୀନତା ଦିବସ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏବଂ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେଇ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଆୟୋଜିତ ଆକର୍ଷଣୀୟ ତଥା ଚିତ୍ତାକର୍ଷକ ପ୍ୟାରେଡ୍‍ରେ ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଦେଶକୁ ସ୍ୱାଧୀନ କରିବା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କ ସ୍ôମତିଚାରଣ କରିବା ସାଙ୍ଗକୁ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଅନୁଷ୍ଠିତ ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମରେ ସାମିଲ୍‍ ହୋଇ ନିଜ ଜୀବନକୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ମହାପୁରୁଷମାନଙ୍କ ଫଟୋଚିତ୍ରରେ ପୁୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା । ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆସିକା ସମବାୟ ଚିନିଶିଳ୍ପ ପରିସର ତ୍ରିରଙ୍ଗା ପତାକାରେ ଛାଇ ହୋଇଯାଇଥିଲା ବେଳେ ଭାରତ ମାତା କୀ ଜୟ ଏବଂ ବନ୍ଦେ ମାତରମ୍‍ ସ୍ଳୋଗାନ୍‍ରେ ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ସମବାୟ ଚିନିଶିଳ୍ପର କର୍ମଚାରୀମାନେ ମିଳିତ ଭାବେ ଦେଶମାତୃକାର ଜୟଗାନ ସ୍ଳୋଗାନ୍‍ ନାରା ଦେଇ ତ୍ରିରଙ୍ଗା ପତାକା ଧରି ଜାତୀୟ ସଙ୍ଗୀତ ଗାନ କରିଥିଲେ । ଆସିକା ଚିନିଶିଳ୍ପ ପକ୍ଷରୁ ଅନୁଷ୍ଠିତ ୮୦ ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପାନୁଷ୍ଠାନର ଆକାଉଣ୍ଟସ୍‍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ମୁଖ୍ୟଯନ୍ତ୍ରୀ କେଦାରନାଥ ସାହୁ, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ଦିଲୀପ କୁମାର ସ୍ୱାଇଁ, ବାଇଧର ନାହାକ, ଚିନିଶିଳ୍ପର କର୍ମଚାରୀ ଅନିଲ୍‍ କୁମାର ଦାଶ, ପ୍ରିୟବ୍ରତ ପାତ୍ର, ଅରୁଣ କୁମାର ପାତ୍ର, ସଂଜୟ ଷଡଙ୍ଗୀ, ପ୍ରଦୀପ କୁମାର ପାଢୀ, ବିଶ୍ୱନାଥ ପାଣିଗ୍ରାହୀ, ସୁଶାନ୍ତ କୁମାର ପାତ୍ର, ଜଗନ୍ନାଥ ପଟ୍ଟନାୟକ, ରାଜେଶ୍‍ କୁମାର ନାୟକ, ଋଷିନାଥ ଭଂଜ, ବିଷ୍ଣୁପ୍ରସାଦ ଜେନା, ଆଶିଷ୍‍ କୁମାର ପରିଡା, ଜଗଦିଶ୍‍ ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ରାମପ୍ରସାଦ ଶତପଥୀ, ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ବିଷ୍ଣୁଚରଣ ବେହେରା, ରାଜଗୋପାଳ ପାଢୀ, ସୂର୍ଯ୍ୟମଣି ଗୌଡ, ନାଗେଶ୍ୱର ରାଓ, ଦାମୋଦର ସିୟ, ଲକ୍ଷ୍ମୀନାରାୟଣ ସାହୁ, ତ୍ରିଲୋଚନ ନାୟକ, ଅଶୋକ କୁମାର ପ୍ରଧାନ, ଉଲ୍ସାସ ରେଡି, ଚନ୍ଦ୍ରଶେଖର ଗୌଡ, ଭାଗବାନ ବେହେରା, ଚାପଧର ରାଉତଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ