ସରୋଜ ଖାନଙ୍କ ପରଲୋକ
ମୁମ୍ବାଇ : ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ହୋଇଯାଇଛି । ନିଶ୍ୱାସ ପ୍ରଶ୍ୱାସ ନେବା ପରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ତାଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା, ଯାହା ନେଗେଟିଭ୍ ଥିଲା। ମୃତ୍ୟୁ ବେଳକୁ ସରୋଜ ଖାନଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ମାଧୁରୀ ଦୀକ୍ଷିତ ଏବଂ ଶ୍ରୀଦେବୀଙ୍କ ସମେତ ଅନେକ ବଲିଉଡ ଅଭିନେତାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ। ସରୋଜ ଖାନ ୨୦୦୦ରୁ ଅଧିକ ଗୀତର କୋରିଓଗ୍ରାଫ୍ କରିଥିଲେ। ସରୋଜ ମାତ୍ର ତିନି ବର୍ଷ ବୟସରେ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ। ୫୦ଦଶକରେ ସରୋଜ ପ୍ରଚ୍ଛଦପଟ୍ଟ ନୃତ୍ୟଶିଳ୍ପୀ ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ କୋରିଓଗ୍ରାଫର ବି ସୋହନଲାଲଙ୍କ ଠାରୁ ତାଲିମ ନେଇଥିଲେ। ସରୋଜ ୧୯୭୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗୀତା ମେରା ନାମ’ରେ ସ୍ବାଧୀନ ଭାବେ କୋରିଓଗ୍ରାଫର ରୂପେ କାର୍ୟ୍ୟ କରିଲେ, ଯଦିଓ ତାଙ୍କ କାର୍ୟ୍ୟ ବହୁଦିନ ପରେ ସ୍ୱୀକୃତ ମିଳିଥିଲା । ସରୋଜ ଖାନଙ୍କ ପ୍ରମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ହେଉଛି ମିଷ୍ଟର ଇଣ୍ଡିଆ, ନାଗିନା, ଚାନ୍ଦନୀ, ତେଜାବ, ଥାନେଦାର ଏବଂ ବେଟା।


