ଲଦାଖରେ ପ୍ରଧାନମନ୍ତ୍ରୀ ମୋଦୀ

ଲଦାଖ: ଲଦାଖରେ ସେନା ପୋଷାକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚୀନ ସହ ସୀମା ବିବାଦ ଚାଲିଥିବାବେଳେ ମୋଦୀ ଅଚାନକ ଲଦାଖରେ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନକୁ ଚେତାବନୀ ଦେବାକୁ ମୋଦୀ ନିଜେ ସାମନାକୁ ଆସିଥିବା କୁହାଯାଉଛି ।
ଚିଫ୍‌ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତଙ୍କ ସହିତ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିଛନ୍ତି। ସିଡିଏସଙ୍କ ସହିତ ମିଶି ସେ ସୀମାନ୍ତର ସ୍ଥିତିର ସମୀକ୍ଷା କରିବା ସହିତ ଯବାନମାନଙ୍କର ମନୋବଳ ବଢ଼ାଇବେ ବୋଲି ସୂଚନା ମିଳିଛି। ଗସ୍ତ ସମୟରେ ସେନା ମୁଖ୍ୟ ଏମ. ଏମ. ନରୱଣେ ମଧ୍ୟ ଉପସ୍ଥିତ ରହିଛନ୍ତି। ସିଡିଏସ ବିପିନ ରାୱତ ଶୁକ୍ରବାର ଲେହ ଗସ୍ତ କରିବାର ଥିଲା। ପ୍ରଧାନମନ୍ତ୍ରୀ ଗସ୍ତ କରିବାର କୌଣସି କାର୍ଯ୍ୟକ୍ରମ ନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଲେହ ଯିବାକୁ ସ୍ଥିର କରି ଅଚାନକ ଆସି ପହଞ୍ଚିଛନ୍ତି। ଗତ ମେ ମାସରୁ ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଶୁକ୍ରବାର କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଯିବାର କାର୍ୟ୍ୟକ୍ରମ ଥିଲା। ମାତ୍ର ଏହା ପୂର୍ବରୁ ଗୁରୁବାର ଗସ୍ତ ସୂଚୀ ପରିବର୍ତ୍ତନ କରାଯାଇ ସିଡିଏସ ଲେହ ଆସିବେ ବୋଲି ସ୍ଥିର ହୋଇଥିଲା। ଶୁକ୍ରବାର ସିଡିଏସ ଲେହରେ ନର୍ଥ କମାଣ୍ଡ ଏବଂ ୧୪ କର୍ପସ ଅଧିକାରୀଙ୍କ ସହିତ ବୈଠକ କରିବାର ରହିଛି। ଚୀନ ସହିତ ଲାଗି ରହିଥିବା ଉତ୍ତେଜନା, ସୀମାନ୍ତର ସ୍ଥିତି ସମ୍ପର୍କରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ସିଡିଏସ ଅନୁଧ୍ୟାନ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ