ରାଜ୍ୟରେ ଆଉ ୫୬୧ ପଜିଟିଭ
ଭୁବନେଶ୍ବର : ଶୁକ୍ରବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୫୬୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଚିହ୍ନଟ ହୋଇଥିବା ୫୬୧ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୧ ଜଣ, ରାୟଗଡ଼ାରୁ ୭୬ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ବରଗଡ଼ରୁ ୨୧ ଜଣ, ବଲାଙ୍ଗୀରରୁ ୧୯ ଜଣ, ମୟୂରଭଞ୍ଜରୁ ୧୦ ଜଣ, ସମ୍ବଲପୁରରୁ ୮ ଜଣ, ଜଗତସିଂହପୁର ଓ କେନ୍ଦୁଝରରୁ ୬ ଜଣ ଲେଖାଏଁ, କନ୍ଧମାଳ ଓ କଳାହାଣ୍ଡିରୁ ୫ ଜଣ ଲେଖାଏଁ, କୋରାପୁଟରୁ ୪ ଜଣ, ଢ଼େଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ, ଭଦ୍ରକ ଓ ପୁରୀରୁ ଜଣେ ଲୋଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


