ସରକାରୀ ଉପଖଣ୍ଡ ଚିକିତ୍ସାଳୟ ରୁ କରୋନା ପଜିଟିଭ ଚିହ୍ନଟ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସିରେ ଗତ କିଛି ଦିନ ଭିତରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗଂଜାମ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଏନଏସି ପ୍ରଶାସନ ପକ୍ଷରୁ ୬ଦିନିଆ ସଟ ଡାଉନ ଘୋଷଣା କରାଯିବା ସହ କରୋନା ପଜିଟିଭ ଆକ୍ରାନ୍ତ ଅଂଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହାସହ ସେହି ଅଂଚଳକୁ ସଂଲଗ୍ନ କରିଥିବା ଅଂଚଳ ଗୁଡିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳ ସମେତ ଏନଏସିର ସମସ୍ତ ଘରକୁ ଘରକୁ ଯାଇ ଆରଆରଟି ଟିମ୍ ଦ୍ୱାରା ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ଏନଏସିର ସଟ ଡାଉନ ବଳବତ୍ତର ରହିଛି । ଆଜି ଚତୁର୍ଥ ଦିନରେ ପହଞ୍ଚି ଛି । ଏହାସହ ପ୍ରଶାସିକ ଓ ପୁଲିସ ଅଧିକାରୀ ମାନେ ଏନଏସିର ବିଭିନ୍ନ ସାହି ଗଳି କନ୍ଦି ପଇଁନ୍ତରା ମାରି ସଟ ଡାଉନର ସ୍ଥିତି ପରଖୁଛନ୍ତି ।
ଅପରପକ୍ଷରେ ଜିଲ୍ଲାର ସଦରମହକୁମା ତଥା ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ରେ କରୋନା ଖାତା ଖୋଲିଛି । ପ୍ରଥମ ଥର ପାଇଁ ଏଠାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ତଥା କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଟାଟା କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଗତ କିଛିଦିନ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ରୋଗୀ, ଡାକ୍ତର,ନର୍ସ, ଫମାସିଟ୍ ଓ ସଫେଇ କର୍ମଚାରୀଙ୍କ ସମେତ ଶତାଧିକ ଆସିଥିବା ଜଣାପଡିଛି । ଫଳରେ ସ୍ଥିତି ଆଗକୁ ଜଟିଳ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଅନ୍ୟପକ୍ଷରେ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ମାନଙ୍କ ଭିତରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଆଜି ଉପଖଣ୍ଡ ଚିକିତ୍ସାଳୟ କୁ ଦମକଳବାହିନୀ ପକ୍ଷରୁ ସାନିଟାଇଜ୍ କରାଯାଇଥିଲା । ଆକ୍ରାନ୍ତ କର୍ମଚାରୀ ରହୁଥିବା ନର୍ସ କଲୋନୀକୁ ମଧ୍ୟ ସାନିଟାଇଜ୍ କରାଯାଇଥିଲା । ଚିକିତ୍ସାଳୟରୁ ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଚିକିତ୍ସାଳୟ ପରିସରକୁ ପ୍ରବେଶ ପାଇଁ କଟକଣା କରାଯାଇଥିଲା । କେବେଳ ଗୁରୁତର ରୋଗୀମାନଙ୍କୁ ହିଁ ଡାକ୍ତରଖାନା ଭିତରକୁ ପ୍ରବେଶ କରିବାକୁ ଦିଆଯାଉଥିବା ବେଳେ ସାମାନ୍ୟ ରୋଗ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ବାରଣ କରାଯାଇଛି । ଯାହାଫଳରେ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ନିରାଶ ହୋଇ ଫେରୁଥିବା ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ