ସ୍ବାମୀର ଆତ୍ମହତ୍ୟା କାରଣ ପଛରେ ସ୍ତ୍ରୀକୁ ବାନ୍ଧିଲା ପୋଲିସ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁରାଢି ଗ୍ରାମରେ ଗତ ୨ ଜୁନ ସକାଳେ ନିଜ ଘର ପଛ ଗୁହାଳ ଘର ରଳାରେ ପିଣ୍ଟୁ ଦଳେଇ ନାମକ ଯୁବକ ଫାଶୀ ହୋଇ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ପରିବାର ତରଫରୁ ୫ ଜୁନରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା ଏବଂ ମାମଲା କେଶ ନଂ ୧୩/୨୦ରୁଜୁ ହୋଇଥିଲା । ପରିବାର ଲୋକେ ପିଣ୍ଟୁ ଦଳେଇର ସ୍ତ୍ରୀ ସୁମିତ୍ରା ଦଳେଇ ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖିଥିବାରୁ ଘରେ ସବୁବେଳେ ସ୍ବାମୀ ଓ ସ୍ତ୍ରୀର ଝଗଡ଼ା, ପାଟିତୁଣ୍ଡ, କଳିଗୋଳ ଲାଗି ରହିଥିଲା । ଶେଷରେ ପିଣ୍ଟୁ ଦଳେଇ ନିଜ ସ୍ତ୍ରୀର ତାଡ଼ନାରେ ଓ ଅନୈତିକ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସବୁଦିନ ପାଇଁ ନିଜେ ରାସ୍ତାରୁ ହଟି ଯିବାପାଇଁ ଶେଷ ସିଦ୍ଧାନ୍ତ ନେଇ ଆତ୍ମହତ୍ୟା କରିବା ପାଇଁ ମନସ୍ଥ କରି ନିଜର ଅମୂଲ୍ୟ ଜୀବନକୁ ହାରିବା ପାଇଁ ବାଧ୍ୟ ହୋଇଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାକୁ ଗମ୍ଭୀରତା ସହ ତଦନ୍ତ କରି ଶେଷରେ ଖଳନାୟିକା ସୁମିତାକୁ ଶୁକ୍ରବାର ଦିନ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଛି ।