ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ ହଲଦିଆପଦରରେ ଗତକାଲି ରାତିରେ ଜଣେ ଚିକେନ୍ ଦୋକାନୀ ମଧୁ ସାହୁଙ୍କୁ କିଛି ଯୁବକ ଖଣ୍ଡାରେ ଆକ୍ରମଣ କରିଥିଲେ । ଗୁରୁତର ମଧୁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଅସିବାରୁ ଆଜି ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ମାଆ ସଶୀଲା ସାହୁଙ୍କ ଅଭିଯୋଗ କ୍ରମେ ଗୋଳନ୍ଥରା ପୋଲିସ ପକ୍ଷରୁ ୧୭୯/୨୦ରେ ଏକ ମାମଲା ରୁଜୁ ହୋଇଛି। ଆକ୍ରମଣ ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି। ମଧୁ ହଲଦିଆପଦରରେ ରହିବା ସହ ଛକରେ ଚିକେନ୍ ଦୋକାନ କରିଥିଲେ। ଗତ କିଛି ବର୍ଷ ତଳେ ଜଣଙ୍କୁ ଛୁରୀରେ ଆକ୍ରମଣ ମାମଲାରେ ମଧୁ ଗିରଫ ହୋଇ ଜେଲରୁ ଫେରିଥିଲେ। ଗୁରୁବାର ରାତିରେ ଛକରୁ ଘରକୁ ଆସି କୂଅ ପାଖରେ ବସିଥିଲେ। ସେହି ସମୟରେ ମଧୁଙ୍କୁ ୬ ଜଣ ଯୁବକ ଘେରିଯିବା ସହ ହଠାତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏହା ଏକ ପୂର୍ବ ଶତ୍ର୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ