ଦୀର୍ଘ ଦିନ ହେବ ଖାଲିପଡିଛି ପ୍ରାଣୀଧନ ନୀରିକ୍ଷକ ପଦ
(ଯୁଗାବ୍ଦ ନ୍ୟୁଜ୍): ନିମାପଡା ବ୍ଳକ ଅର୍ନ୍ତଗତ ଚାରିଛକ ନିକଟ ବ୍ରହ୍ମକୁଣ୍ଡୀ ଠାରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଟି ଗତ ୬ମାସରୁ ଉଦ୍ଧ୍ୱର୍ ହେବ ଖାଲି ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଥିବା ପ୍ରାଣୀଧନ ନିରୀକ୍ଷକ ବସନ୍ତ କୁମାର ସାମଲଙ୍କ ଗତ ୨୦୧୮ମସିହା ଅକ୍ଟୋବର ମାସରୁ ଚାକିରିରୁ ଅବସର ନେବାପରେ ସେହିଦିନଠାରୁ ଏଠାରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ପଶୁ ପାଳକମାନେନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସୁଯୋଗ ନେଇ କେତେକ ଅନଭିଜ୍ଞ ପ୍ରାଣୀ ଚିକିତ୍ସକ ଗାଁ ଗଣ୍ଡାରେ ବୁଲି ଗାଈଗୋରୁଙ୍କୁ ଭୁଲ ଚିକିତ୍ସା କରିବା ସହ ଅଧିକ ପଇସା ଠକି ନେଉଥିବା କେତେକ ପଶୁପାଳକଙ୍କଠାରୁ ଶୁଣିବାକୁ ମିଳିଛି । ତୁରନ୍ତ ଏଠାକୁ ପ୍ରାଣୀ ଚିକିତ୍ସକ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।


