ସ୍ୱତନ୍ତ୍ର ସମିତି ବୈଠକ ଅନୁଷ୍ଠିତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ତର ବିରିଆ ଭାବେ ସମିତି ବୈଠକ ଡାକିବା ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଦୀର୍ଘ ୮ ମାସରେ ଚାରିଥର ସମିତି ବସି ବ୍ଲକର ଉନ୍ନତି ଓ ବିକାଶ କଥା ଚିନ୍ତା କରିବା କଥା। ସମିତି ବୈଠକ ହୋଇ ନଥିବା ଘଟଣା ଗତ ସପ୍ତାହରେ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ବ୍ଲକର ପଞ୍ଚାୟତ ଜନ ପ୍ରତିନିଧି ଓ ଦଳୀୟ କର୍ମୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ବ୍ଲକରେ ଏକ ସ୍ୱତନ୍ତ୍ର ବୈଠକ କରିବା କରିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ବିଜେଡିର ଜିଲ୍ଲା ସଭାପତି ଶ୍ରୀ ସରକା କଲ୍ୟାଣସିଂହପୁର ବ୍ଲକରେ ଦୀର୍ଘ ଦୁଇ ବର୍ଷ ହେବ ସମିତି ବୈଠକ ନଡାକି ଦୁର୍ନୀତି ମୂଳକ କାର୍ଯ୍ୟ, ବିକଶି ଗାଁ ବିକଶିତ ଓଡ଼ିଶା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ବିଡ଼ିଓ ନିଜ ମନମୁଖି କାର୍ଯ୍ୟ ଓ ଦଳୀୟ ମନବୃତି ରଖି ଉନ୍ନୟନ କାର୍ଯ୍ୟ କରୁଥିବାରୁ ଉପ ଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଉପ ଜିଲ୍ଲାପାଳଙ୍କ ଠାରୁ ଅଭିଯୋଗ ପାଇବା ପରେ ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଗତ ୧୧ ତାରିଖ ମଙ୍ଗଳବାର ଦିନ ଆସି ବ୍ଲକର ବିଡ଼ିଓ, ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ, ପିଇଓ, ବିଏଷଓ, ଉନ୍ନୟନ ଅଧିକାରୀ,ବ୍ଲକ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦଙ୍କୁ ନେଇ ସଦଭାବନା ଗୃହ ଠାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରି ବ୍ଲକର ପ୍ରତି ଲୋକଙ୍କ ଓ ଗ୍ରାମରେ ଯେମିତି ଯୋଜନା ପହଁଚିବ ଲୋକ କାର୍ଯ୍ୟ ଠିକସେ ହେବ ବୋଲି ତାଗିଦ କରିଥିଲେ।ପରେ ବ୍ଲକ ପ୍ରଶାସନ ତାରାବରୀଆ ଭାବରେ ସ୍ୱତନ୍ତ୍ର ସମିତି ବୈଠକ ନିମନ୍ତେ ବୁଧବାର ଦିନ ବ୍ଲକ କାର୍ଯ୍ୟାଳୟରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ଲକ ଅଧକ୍ଷା ଅମ୍ରିତା କାଡ୍ରାକାଙ୍କ ଅଧକ୍ଷତାରେ ଏହି ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ନୀଳମାଧବ ହିକକା ମୁଖ୍ୟ ଅତିଥି ରିପେ ଯୋଗ ଦେଇଥିଲେ। ବ୍ଲକର ସରପଞ୍ଚ, ସମିତି ସଭ୍ୟ ଜିଲ୍ଲା ପରିଷଦ, ବିଭିନ୍ନ ବିଭଗୀୟ ଅଧିଲାରୀ ଉପସ୍ଥିତ ରହିଥିଲେ।ବ୍ଲକରେ ଦୀର୍ଘ ଦଶ ମାସ ହେଲା ସମିତି ବୈଠକ ହୋଇନଥିବାରୁ ବ୍ଲକ ଉନ୍ନୟନ କାର୍ଯ୍ୟ ଓ ଉନ୍ନୟନ ବିଭାଗର ଅବହେଳା ଯୋଗୁଁ କୌଣସି ଉନ୍ନତି ହୋଇ ପାରିନି। ସାଧାରଣ ଜନ ସାଧାରଣ ହଇରାଣ ହୋଇ ସରକାରଙ୍କ ଜନହିତକର ଯୋଜନାରୁ ବଞ୍ଚିତ ହୋଇ ଛନ୍ତି ବୋଲି ବିଧାୟକ ନୀଳମାଧ ହିକକା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି। ସେହିଭଳି କୁଆଡେ ବ୍ଲକ ଅଧକ୍ଷାଙ୍କ ସମୟ ହୋଇ ପାରୁନି ବୋଲି ଦଶ ମାସ ଧରି ହୋଇ ପାରିନି ଓ ବ୍ଲକ ଅଧକ୍ଷା ପ୍ରତି ଦୁଇ ମାସରେ ସମୟ ଦେଲେ ପୂର୍ବ ଭଳିଆ ଦୁଇ ମାସରେ ଥରେ ସମିତି ବୈଠକ ହେବ ବୋଲି ବିଡ଼ିଓ ମନୀଷା ଦାସ ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି।ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ନିଜ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଉପର ଲିଖିତ ପ୍ଲାନ ଦେଲେ ଆଗାମୀ ଦିନରେ କାର୍ଯ୍ୟ ହେବ ବୋଲି ବିଡ଼ିଓ ଦାସ ପ୍ରକାଶ କରିଛନ୍ତି।ଏହି ବୈଠକ ରେ ଯେଉଁ ମାନେ ଅନୁପସ୍ଥିତ ରହିଛନ୍ତି ସେମାନଙ୍କୁ କରନଦର୍ଶାଅ ନଟିସ ଜାରି କରିବା ପାଇଁ ସମିତି ବୈଠକ ନିଷ୍ପତି ଗ୍ରହଣ କରାଯାଉ ବୋଲି ସଦସ୍ୟ ମାନେ ଦାବୀ କରିଥିଲେ।


