ଏମାନଙ୍କ ଲାଗି ବାଦାମ ଖାଇବା କ୍ଷତିକାରକ
ପିଲାଙ୍କୁ ସକାଳେ ମାଆ ବାଦାମ ଖାଇବାକୁ ଦେଇ ଥାଆନ୍ତି । କୁୁହାଯାଏ ଯେ, ଏପରି କଲେ ମସ୍ତିଷ୍କ ସୁସ୍ଥ ରହିଥାଏ । ଖାଲି ସେତିକି ନୁହେଁ ଏହା ମସ୍ତିଷ୍କର କ୍ଷମତାକୁ ବି ବଢ଼ାଇଥାଏ । ବାଦାମରେ ପ୍ରୋଟିନ୍, ଭିଟାମିନ୍ ଓ ମିନେରାଲ୍ ଆଦି ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଏହାକୁ ଖାଇଲେ ତ୍ୱଚା ବି ସୁସ୍ଥ ଓ ସତେଜ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ । ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ ।ପ୍ରଥମତଃ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ରୋଗ ରହିଛି । ସେମାନଙ୍କୁ ବାଦାମ ଖାଇବା ମନା । କାରଣ ରକ୍ତଚାପ ଔଷଧ ସେବନ କରୁଥିବା ହେତୁ ଏହାର ଖରାପ ପ୍ରତିକ୍ରିୟା ପଡ଼ିଥାଏ ଶରୀର ଉପରେ ।ଯଦି ଆପଣଙ୍କର କିଡ୍ନିରେ ଷ୍ଟୋନ୍ ହୋଇଛି ବା ଗଲବ୍ଲଡ଼ର୍ ସମ୍ପର୍କୀତ କୌଣସି ସମସ୍ୟା ରହିଛି, ତେବେ ବାଦାମ ଖାଇବା ଠିକ୍ ନୁହେଁ । କାରଣ ଏଥିରେ ଅକ୍ସଲେଟ୍ର ମାତ୍ରା ଅଧିକ ରହିଥାଏ ।ଯଦି ଆପଣଙ୍କର ହଜମ ସମସ୍ୟା ଥାଏ, ତେବେ ବାଦାମ ଖାଇବାରୁ ମଧ୍ୟ ନିବୃତ୍ତ ହେବା ଉଚିତ୍ । କାରଣ ବାଦାମରେ ଫାଇବର୍ର ମାତ୍ରା ଅଧିକ । ଠିକ୍ ସେହିପରି ଯଦି ଏସିଡିଟି ସମସ୍ୟା ଅଛି, ତେବେ ବାଦାମ ନ ଖାଇବା ଭଲ ।ଯେଉଁମାନେ ମୋଟାପାର ଶିକାର ହୋଇଛନ୍ତି, ସେମାନେ ମଧ୍ୟ ବାଦାମ ନ ଖାଇବା ଭଲ । କାରଣ ଏଥିରେ କ୍ୟାଲୋରୀର ମାତ୍ରା ଅଧିକ ।ଯଦି ଆପଣ ଅସୁସ୍ଥ ଅଛନ୍ତି ଏବଂ ଆଣ୍ଟିବାୟୋଟିକ୍ ସେବନ କରୁଥା’ନ୍ତି, ତେବେ ବାଦାମ ଖାଇବା ଉଚିତ ନୁହେଁ ।