ବସ୍ ପାଇଁ ଯାତ୍ରୀ ହଟହଟା

ହିଞ୍ଜିଳିକାଟୁ ,(ଯୁଗାବ୍ଦ ନ୍ୟୁଜ୍) : ହିଞ୍ଜିଳିକାଟୁ ନୂତନ ବସଷ୍ଟାଣ୍ଡ ଦୀର୍ଘ ଦିନ ଧରି କାମ ଚାଲିଥିବା ବେଳେ ଅସ୍ଥାୟୀ ବସ୍ଷ୍ଟାଣ୍ଡ ହୋଇଥିବା ବୃନ୍ଦାବନ ଷ୍ଟାଡିୟମରେ ଗାଡି କୁ ଅପେକ୍ଷା କରି ଯାତ୍ରୀ ମାନେ ହଟହଟା ହେଉଥିବାର ଦେଖିବାକୁ ମିଳୁଛି । ଯାତ୍ରୀ ମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଶିଘ୍ର ଯାତ୍ରା କରିବା ପାଇଁ ଅସ୍ଥାୟୀ ବସ୍ଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ରହିଥିବା ବେଳେ ଅଧିକାଂଶ ଗାଡି ଗୁଡିକ ଅସ୍ଥାୟୀ ବସ୍ଷ୍ଟାଣ୍ଡର ପ୍ରବେଶ ନକରି ସିଧାସଳଖ ବ୍ରହ୍ମପୁର ଅଭିମୁଖେ ଆସୁଥିବାରୁ ଯାତ୍ରୀ ମାନେ ଅପେକ୍ଷା କରି ନିରାଶ ହେବାର ଦେଖିବାକୁ ମିଳିଛି । ଯାତ୍ରୀ ମାନେ ବସ୍ଷ୍ଟାଣ୍ଡ ରହଣୀ ସ୍ଥାନରେ ଅପେକ୍ଷା କରିବେ ନା ରାଜପଥ କଡରେ ଛିଡା ହୋଇ ରହିବେ ଯାତ୍ରୀ ମାନେ ଦ୍ୱନ୍ଦରେ ପଡିଯାଉଛନ୍ତି । ଏହା ସହ ଯାତ୍ରୀ ମାନେ ବସଷ୍ଟାଣ୍ଡରେ ଶୈାଚାଳୟ ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣ ୁ ଏଥିପ୍ରତି ଦାଇତ୍ୱରେ ଥିବା ଅଧିକାରୀ ମାନେ ଦୃଷ୍ଟି ଦେବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ