ଗୋଷ୍ଠୀ ସଂକ୍ରମଣ ବାଣ୍ଟୁଛନ୍ତି ବ୍ୟବସାୟିକ ପ୍ରତିଷ୍ଠାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଓ ମୃତକ ଗଞ୍ଜାମ ଜିଲ୍ଲାରେ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡ଼ିଛିୁ । ଏହାର ମୁକାବିଲା କରିବା ଲାଗି ସରକାରଙ୍କ ପକ୍ଷରୁ ଜନସଚେତନତା କରାଯିବା ସହ ଉଦ୍ୟମ ଜାରି ରହିଛି । ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ, ୧୪୪, ଜନତାକର୍ଫ୍ୟୁ କଟକଣା ଜାରି କରାଯିବା ସହ ବହୁ ସଂକ୍ରମିତ ଅଂଚଳକୁ କଂଟେଂନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଉଛି । ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଗତ ୨୮ତାରିଖ ଠାରୁ ହିଞ୍ଜିଳିକାଟୁ ପୌରାଂଚଳର ୪ଟି ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ବ୍ଳକ ଛକ ଠାରୁ ବଇଁଚବଣିଆ ମୁଖ୍ୟ ରାସ୍ତା ଓ ୩୬ ନଂ ରାଜ୍ୟ ରାଜପଥ ତରାତାରିଣୀ ରାସ୍ତାକୁ କଂଟେନମେଂଟ ଜୋନ ଭାବେ ଓ ପୌରାଂଚଳର ଅବଶିଷ୍ଟ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । କଂଟେନମେଂଟ ଜୋନରେ ଔଷଧ ଦୋକାନ ବ୍ୟତିତ ସମସ୍ତ ବ୍ୟବସାୟିତ ପ୍ରତିଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଥିବା ବେଳେ ପୌରାଂଚଳର ୩୬ ଜଣ ପରିବା ବ୍ୟବସାୟୀଙ୍କୁ ସାଇକେଲ କିମ୍ବା ରିକ୍ସା ଯୋଗେ ସାହି ସାହି ବୁଲି ପରିବା ବିକ୍ରି କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି । ସେହିପରି ପୌରାଂଚଳବାସୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ଲକ୍ଷ୍ୟରେ ପୌର ପ୍ରଶାସନ ପକ୍ଷରୁ ଫୋନ୍ ନମ୍ବର – ୦୬୮୧୧-୨୮୦୦୨୫ କିମ୍ବା ଟୋଲ୍ ଫ୍ରୀ ନଂ- ୧୮୦୦୧୨୩୦୦୪୫୬୭ରେ ସମ୍ପର୍କ କରିବାକୁ ନିବେଦନ କରାଯାଇଛି । ଦିନବେଳା ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ଯାୁଂକୁ କଡ଼ାକଡ଼ି କରି ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି । ପରିତାପର ବିଷୟ ବହୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ବେପାର ବଣିଜ କରିବାର ନୁଆଁ ତରିକା ଆପଣେଇଛନ୍ତି । ପ୍ରତ୍ୟେହ ଭୋର ୩ଟାରୁ ନିଜ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ବହୁ ଖାଉଟିଙ୍କୁ ରୁଣ୍ଡ କରି ବେପାର ବଣିଜ କରୁଥିବାର ଦେଖିବାକୁ ମିଳିଛି । ସକାଳ ସାଢେ ୫ଟା ସୁଦ୍ଧା ଖାଉଟିଙ୍କୁ ଜିନିଷ ଯୋଗଇ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଯିଏ ଯା ବାଟରେ ଚାଲି ଯାଉଥିବାର ଦେଖିବାକୁ ମିଳିଛି । ଏପରି ସ୍ଥଳେ ଲାଭ ଆଶାରେ କରୋନାକୁ କିଣି ଆଣୁଥିବା ନେଇ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ସେହିପରି ସ୍ଥାନୀୟ ବ୍ଳକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଳକ ଗଣ୍ଡଳା, ବେଲଗାଁ, ବଡ଼ଖଣ୍ଡି, ବୁରୁପୋଡ଼ା ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ବେଲଗାଁ, ସମରଝୋଳ ଗ୍ରାମକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ବହୁ ପ୍ରଶାସନିକ ଅଧିକାରୀ ବୃନ୍ଦ କଂଟେନମେଂଟ ଓ ବଫରଜୋନକୁ ବୁଲି ସରକାରଙ୍କ ସମସ୍ତ କରୋନା ସମ୍ବନ୍ଧୀୟ ନିୟମ ମାନିଚଳିବା ଓ ଔଷଧ ଦୋକାନକୁ ବାଦ୍ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ସକାଶେ ଏବଂ ବଫରଜୋନ ଗୁଡ଼ିକରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲି ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର କରି ବେପାର ବଣିଜ କରିବା ସକାଶେ ଡ଼ାକବାଜି ଯନ୍ତ୍ର ସହାୟତାରେ ନିବେଦନ କରୁଥିବା ଦେଖିବାକୁ ମିଳିଛି । ହେଲେ ପ୍ରଶାସନର ନିୟମକୁ ଫୁ’ କରି ବହୁ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ଲାଭ ଆଶାରେ ରୋଗକୁ କିଣି ଆଣୁଥିବାର ଦେଖିବାକୁ ମିିଳିଛି । ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଏକଦା ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ବର୍ତମାନ ରାଜ୍ୟର ସର୍ବାଧିକ ସଂକ୍ରମିତ ରହିଥିବା ଅଂଚଳ ଭାବେ ପରିଗଣିତ । ରବିବାର ସୁଦ୍ଧା ରାଜ୍ୟରେ ୯୫୨୬ ସଂକ୍ରମିତଙ୍କ ମଧ୍ୟରୁ ୬୨୨୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୨୫୪ ଆକ୍ରାନ୍ତ ରହିଛନ୍ତି ଏବଂ ୩୮ ଜଣଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୨୩୪୮ ଚିହ୍ନଟ ହୋଇତବା ବେଳେ୧୨୧୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧୦୮ ଆକ୍ରାନ୍ତ ରହିଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ଘଟିଛି ।


