ଦୁଇ ବିମାନ ମୁହାଁମୁହିଁ, ୮ ମୃତ୍ୟୁ ଆଶଙ୍କା

ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ଆଇଦାହୋ ପ୍ରଦେଶ ସ୍ଥିତ ଏକ ଜଳାଶୟ ଉପର ଆକାଶରେ ଦୁଇଟି ବିମାନ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଏଥିରେ ଅନ୍ୟୁନ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆକାଶରେ ବିମାନ ଦୁଇଟି ପରସ୍ପର ସହ ଧକ୍କା ଖାଇ ତଳେ ଥିବା କୋରେଡୁଲେନ୍ ହ୍ରଦର ଜଳରାଶି ମଧ୍ୟକୁ ଖସିପଡ଼ିଛି। ପ୍ରାଥମିକ ରିପୋର୍ଟ ଅନୁସାରେ ଦୁଇଟି ବିମାନରେ ଆଠ ଜଣ ‌ଯାତ୍ରୀ ଥିଲେ। କୁଟେନାଇ କାଉଣ୍ଟି ‌ସେରିଫ୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ତାଙ୍କ ସୋନାର୍ ଟିମ୍ ବିମାନ ଦୁଇଟିକୁ ଠାବ କରିଛି ଏବଂ ପାଣି ଭିତରୁ ଦୁଇଜଣଙ୍କ ଶବ ଉଦ୍ଧାର କରିଛି। ଆଉ କେହି ବଞ୍ଚିଥିବା କଥା ବିଶ୍ବାସ କରାଯାଇ ନ ପାରେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ଦିନ ୨: ୨୦ ମିନିଟ୍‌ରେ ଏହି ବିମାନ ଦୁର୍ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି ପାଓଡେର୍‌ହର୍ଣ୍ଣ ବେ ନିକଟରେ ବିମାନ ଦୁଇଟି ପରସ୍ପର ସହ ଧକ୍କା ଖାଇଥିଲେ। ନ୍ୟାସ୍‌ନାଲ୍ ଟ୍ରାନ୍‌ସ୍ପୋର୍ଟେସନ୍ ସେଫ୍‌ଟି ବୋର୍ଡକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି ସେମାନେ ଏହାର ତଦନ୍ତ କରିବେ। ସମ୍ପ୍ରତି ବିମାନ ଦୁଇଟି ୧୨୭ ଫୁଟ୍ ଗଭୀର ଜଳରାଶିରେ ପଡ଼ିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ