ଆସିଲା ଦେଶୀ ସୋସିଆଲ ମିଡିଆ ଆପ୍ ‘ଏଲିମେଣ୍ଟସ୍’

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ସୋସିଆଲ ମିଡିଆ (ସାମାଜିକ ଗଣମାଧ୍ୟମ) ଆପ ଏଲିମେଣ୍ଟକୁ ରବିବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁଭାରମ୍ଭ କରିଛନ୍ତି । ସମ୍ପ୍ରତି ଭାରତୀୟମାନେ ବ୍ୟବହାର କରୁଥିବା ବିଭିନ୍ନ ସୋସିଆଲ ମିଡିଆ ଯଥା ଫେସବୁକ, ହ୍ୱାଟସ ଆପ, ଇନଷ୍ଟାଗ୍ରାମ ଓ ଟ୍ୱିଟର ଆଦି ବିଦେଶୀ ସଂସ୍ଥା ଦ୍ୱାରା ପ୍ରସ୍ତୁତ । ଏଲିମେଣ୍ଟ ହେଉଛି ଦେଶର ପ୍ରଥମ ଦେଶୀ ସୋସିଆଲ ମିଡିଆ । ଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ ଲିଭିଙ୍ଗର ୧୦୦୦ ର ଆଇଟି ବୃତ୍ତିଧାରୀ ଏହି ସୋସିଆଲ ମିଡିଆ ଆପକୁ ପ୍ରସ୍ତୁତ କରିଛନ୍ତି । ଏହା ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ସ ଆପ ଷ୍ଟୋରରେ ଉପଲବ୍ଧ ହେବ । ଏହା ଫେସବୁକ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚାଲେଞ୍ଜ ଦେବ । ଏଥିରେ ବାର୍ତ୍ତା ପଠାଇବା ସହିତ ଓ ଗ୍ରୁପ ଚାଟିଂର ସୁବିଧା ରହିଛି । ବ୍ୟବହାରକାରୀମାନେ ଏଥିରେ ଦେଶର ଅପଡେଟ ଖବର ଜାଣିପାରିବେ । ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଏଥିରେ ସୁରକ୍ଷିତ ରହିବ । ଏହା ଦେଶର ୮ଟି ଭାଷାରେ ଉପଲବ୍ଧ ହେବ । ଏହି ସ୍ୱଦେଶୀ ଆପ ପ୍ରସ୍ତୁତକୁ ନେଇ ଉପରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି । ଭାରତ ସରକାର ୫୯ଟି ଚାଇନା ଆପକୁ ନିଷିଦ୍ଧ କରିବା ପରେ ଏପରି ଦେଶୀ ଆପର ପ୍ରସ୍ତୁତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ