ସାଇକୋ କିଲର ଗିରଫ
ନୟାଗଡ-(ଯୁଗାବ୍ଦ ନ୍ୟୁଜ୍) ସିଲଭର ସିଟି କଟକରେ ତିନି ଜଣଙ୍କୁ ଅତି ନୃସଂଶ ଭାବେ ହତ୍ୟାକରି କମିସନରେଟ ପୋଲିସର ନିଦ ହଜାଇଦେଇଥିବା ନାରାୟଣ ସାହୁକୁ ଶେଷରେ ଗିରଫ କରିଛି ପୋଲିସ । ତେବେ ସେ କେମିତି ମାନସିକ ଭାରସାମ୍ୟ ହରାଇ ବସିଥିଲେ ସେ କଥା ବଖାଣିଛନ୍ତି ତାଙ୍କ ବାପା ଦୟାନିଧି ସାଦୁ । ନାରାୟଣ ଗତ ୧୩ ବର୍ଷ ଧରି ଗଜାଂମ ଜିଲ୍ଲା ବେଲଗୁଣ୍ଟା କୁମ୍ପାପଡା ଠାରେ ରହିଆସୁଥିଲା । ପ୍ରଥମେ ସେ କାଚ ବ୍ୟବସାୟ ପରେ ଚପଲ ବ୍ୟବସାୟ କରୁଥିଲା ତାପରେ ଗହଣା ବ୍ୟବସାୟ କରି ବେସ ଦୁଇପଇସା ଲାଭ କଲା । କୂମ୍ପାପଡାରେ ନିଜ ଘର କରିବା ବିବାହ କରି ରହି ଆସୁଥିଲା ତେବେ କିଛି ବର୍ଷ ତଳେ ବ୍ୟବସାୟରେ କ୍ଷତି ହେବାରୁ ଋଣ କରିଥିଲା । ପରେ ଋଣ ପରିସୋଧ କରିବା ପାଇଁ ସମସ୍ତ ସଂମ୍ପତି ସହ ନିଜଘରକୁ ବିକି ଦେଇଥିଲା । ଓ ତା ସ୍ତ୍ରୀ ମଧ୍ୟ ତାକୁ ଛାଡି ବାପଘରକୁ ଚାଲିଜିବା ପରେ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲିବାକୁ ଲାଗିଥିଲା ତେବେ କିଛି ଦିନ ହେବ ସେ କେଉଁଆଡେ ଚାଲିଯାଇଥିବା ବେଳେ ୨ଦିନ ତଳେ ଗାଁକୁ ଫେରି ଥିଲା ।. ତେବେ ପୋଲିସ ଗାଁ କୁ ଆସି ତାଙ୍କୁ ଗିରଫ କରିବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା ସେପଟେ ଗ୍ରାମବାସୀ ମାନେ ନାରାୟଣ ହତ୍ୟାକରିଥିବା କଥାକୁ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ନାରାୟଣ ବିରୁଧରେ ପୁର୍ବରୁ ସେପରି କୈାଣସି ଅଭିଯୋଗ ନଥିବା କହିଛନ୍ତି ।


