କଟକ ୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୫ ସିଏମସିର

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟରେ ଆଉ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୭୧ ମଧ୍ୟରୁ ୪୦୩ କ୍ୱାରେଣ୍ଟାଇନରୁ ଓ ୧୬୮ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ଏଯାବତ ପଜିଟିଭ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣରୁ ୬୪୮୬ ଜଣ ସୁସ୍ଥ ହୋଇଥିବାବେଳେ ମୋଟ ଆକ୍ଟିଭ କେସ ୩୫୫୭ ବୋଲି ଜଣାଯାଇଛି । ଆଜି ଚିହ୍ନଟ ୫୭୧ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ନୂଆ ୨୯ ଜଣଙ୍କ ମଧ୍ୟରୁ ସିଏମସିରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଟାଙ୍ଗୀରୁ ଜଣେ ଚିହ୍ନଟ ହୋଇଥିବାବେଳେ ସଦର ଜଣେ, ବାଙ୍କୀ ୧୨ ଓ ବଡ଼ମ୍ବାରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ନରସିଂହପୁରରୁ ୨, ନିଆଳି ୨ ଓ ସାଲେପୁରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ