ନୂଆ ମୋଡ ନେଉଛି ଉନ୍ନାଓ ଗଣବଳାତ୍କାର ମାମଲା
(ଯୁଗାବ୍ଦ ନ୍ୟୁଜ୍) -ଦେଶରେ ଚର୍ଢ଼ାରେ ଥିବା ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଆସାମୀ ବିଧୀୟକ କୁଲଦୀପ ସେନଗାର ତାଙ୍କ ଭାଇ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ଆଗ୍ରହ କ୍ରମେ କେନ୍ଦ୍ର ସରକାର ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ଟ୍ରକ ଚଢାଉ ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଭାର ସିବଆଇକୁ ପ୍ରଦାନ କରିଛନ୍ତି।