ଇଡ଼ିରେ ହାଜର ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲା
(ଯୁଗାବ୍ଦ ନ୍ୟୁଜ୍)-ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲାଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡିଛି । ଆଜି ଦିନ ପ୍ରାୟ ୧୨ ଟା ବେଳେ ଚଣ୍ଡିଗଡ଼ସ୍ଥିତ ଇଡ଼ି କ।ର୍ଯ୍ୟ।ଳୟରେ ପହଞ୍ଚିଥିଲେ ଫାରୁକ, ତାଙ୍କୁ ଏ ସର୍ମ୍ପକରେ ପଚାରିଥିରେ ଇଡି ର ବରିଷ୍ଠ ଅଥିକାରୀ ମାନେ । କୁହାଯାଉଛି ଯେ, ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ)ରେ ୧୧୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ଆସିଥିଲା । ଏହି ଦୁର୍ନୀତିରେ ସେ ସାମିଲ ଥିବା କୁହାଯାଉଛି ।