ଟିନି ଏୟାର ଫ୍ରିଜ୍
ସ୍ୱିଡେନ୍ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ । ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍ ମଧ୍ୟରୁ ଏହାର ଚାହିଦା ଏବେ ଶିଖରରେ । ଏହି ପୋର୍ଟେବଲ ଏୟାର କୁଲିଂ ବକ୍ସ ପୂରା ହାଲୁକା । ଏହା ଲଞ୍ଚବକ୍ସଠାରୁ ବି ବଡ଼ ନୁହେଁ । ସାଙ୍ଗରେ ନେଇ ଯୁଆଡେ ଚାହିଁବେ ଯାଇପାରିବେ । ପୂରା କମ୍ ବିଦ୍ୟୁତ ଏହା ପାଇଁ ଦରକାର । ଏହାକୁ ୟୁଏସବି ପୋର୍ଟରୁ ବି ସଂଯୋଗ କରାଗଲେ ଚାଲିବ । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହା ଫୋନ୍ କିମ୍ବା ଲାପଟପ୍ ବ୍ୟାଟେରି, ପକେଟ୍ ସୋଲାର ପ୍ୟାନେଲ କିମ୍ବା ବ୍ୟାଟେରି ପ୍ୟାକ୍ ଦ୍ୱାରା ବି ଚାଲିପାରିବ । ଏୟାରଫ୍ରିଜ୍ରେ ବିଦ୍ୟୁତ ସଂଯୋଗ କରିବାର କିଛି ସେକେଣ୍ଡ୍ ମଧ୍ୟରେ ଶୀତଳତା ଅନୁଭବ ହେବ । ଏହା ବିଶ୍ୱର ପ୍ରଥମ ପୋର୍ଟେବଲ୍ ଏସି ୟୁନିଟ୍ । କେବଳ ଏତିକି ନୁହେଁ, ଏୟାରଫ୍ରିଜ୍ ଘରୁ କ୍ଷତିକାରକ କଣିକା ଓ ଧୂଳିକୁ ବାହାର କରିଦିଏ । ଏୟାରଫ୍ରିଜର ଫିଲ୍ଟରକୁ ସହଜରେ ବାହାରକୁ ଆଣି ସଫା କରିହେବ । ଏହାକୁ ୬ ମାସରେ ବଦଳାଇପାରିବେ । ଏହାର ଦାମ୍ ରଖାଯାଇଛି ୧୦୦ ଡଲାର । ଏହା ମଧ୍ୟରେ ଥିବା ରିଜର୍ଭର୍ରେ ୦.୬ ଲିଟର ଥଣ୍ଡା ପାଣି ଭର୍ତ୍ତି କରିବାକୁ ପଡ଼େ । ସେହି ପାଣିରେ ଅଳ୍ପ ସୁବାସିତ ଏସେନ୍ସିଆଲ ଅଏଲ୍ ମିଶାଇଲେ ତାହା ପରିବେଶକୁ ସୁଗନ୍ଧିତ କରିଦିଏ ।


