ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ ଜଣାପଡିଛି । ଏହି ତଥ୍ୟ ନେଚର କ୍ଲାଇମେଟ୍ ଚେଞ୍ଜ ଜର୍ନାଲରେ ପ୍ରକାଶ ପାଇଛି । ଏବେ ଯେଭଳି ତାପମାନ ବୃଦ୍ଧିପାଉଛି ୨୦୫୦ ମସିହା ବେଳକୁ ଆମେରିକା ଓ ମେକ୍ସିକୋରେ ୨୧,୦୦୦ଟି ଅଧିକ ଆତ୍ମହତ୍ୟା ଘଟିବାର ଆଶଙ୍କା ପ୍ରକଟ କରିଛନ୍ତି ଗବେଷକମାନେ । ଆମେରିକାରେ ଆତ୍ମହତ୍ୟା ୧.୪ ପ୍ରତିଶତ ଓ ମେକ୍ସିକୋରେ ୨.୩ ପ୍ରତିଶତ ବୃଦ୍ଧିପାଇବ ବୋଲି ଜର୍ନାଲରେ ଉଲ୍ଲେଖ ହୋଇଛି । ବର୍ଷର ଉତ୍ତପ୍ତ ମାସରେ ଆତ୍ମହତ୍ୟା ବୃଦ୍ଧିପାଇଥାଏ ବୋଲି ଗବେଷକମାନେ କହିଛନ୍ତି । ଆତ୍ମହତ୍ୟାର ଅନ୍ୟ ସବୁ କାରଣଠାରୁ ତାପମାନ ବୃଦ୍ଧିକୁ ଭିନ୍ନ ଭାବରେ ନେଇ ଅନୁଧ୍ୟାନ କରିଥିଲେ । ଅତୀତରୁ ଏବେଯାଏ ତାପମାନ ବୃଦ୍ଧିର ପୂରା ଇତିହାସ ସହ ସେହି ସ୍ଥାନରେ ଘଟିଥିବା ଆତ୍ମହତ୍ୟା ତଥ୍ୟକୁ ଅନେକ ବର୍ଷ ଧରି ଆମେରିକା ଓ ମେକ୍ସିକୋର ବହୁ ଅଞ୍ଚଳରେ ତୁଳନାତ୍ମକ ଭାବେ ଗବେଷକମାନେ ଅନୁଧ୍ୟାନ କରିଥିଲେ । ଏହା ପରେ ତାପମାନ ବୃଦ୍ଧି ଯୋଗୁ ଆତ୍ମହତ୍ୟା ବୃଦ୍ଧି ହେଉଥିବା ସିଦ୍ଧାନ୍ତରେ ସେମାନେ ପହଞ୍ôଚଲେ । ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟାର କେବଳ ଏକ ପ୍ରମୁଖ କାରଣ କୁହାଯାଇପାରିବନାହିଁ, ଏହା ସହ ଅନ୍ୟ ବ୍ୟକ୍ତିଗତ ଓ ସାମାଜିକ କାରଣ ରହିଛି ବୋଲି କହିଛନ୍ତି ଗବେଷକମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ