ବାହାରେ ମଳତ୍ୟାଗ କରୁଥିଲେ ସାବଧାନ
ବ୍ରହ୍ମପୁର-(ଯୁଗାବ୍ଦ ନ୍ୟୁଜ୍)ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ କେନ୍ଦ୍ରସରକାର ଆରମ୍ଭ କରିଛନ୍ତ ସ୍ଵଚ୍ଛ ଭରତ ଯୋଜନା ।ଏହି ଯୋଜନା ପାଇଁ କେନ୍ଦ୍ରସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗଭର ଅଛନ୍ତି ଏହି ଯୋଜନା ମାଧ୍ୟମରେ କି ଭଳି ଭାବେ ସାଧାରଣ ଲୋକମାନଙ୍କୁ ସଚେତନତା କରାଯିବ ସେ ଅନେକ ଖସଡା ପ୍ରସ୍ତୁତ କରିଛନ୍ତି ସରକାର । ଏହାରି ମାଧ୍ୟମରେ ସରକାର ଶୌଚାଳୟ ଯୋଗାଇ ଦେଇଛନ୍ତି ଯୋଗ୍ୟ ହିତାଧିକାରୀ ମାନଙ୍କୁ ।ଅନେକ ରାଜ୍ୟକୁ ମଧ୍ୟ ଏଥି ପାଇଁ କେନ୍ଦ୍ରସରକାର ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁରଷୃତ କରିଛନ୍ତି । କିନ୍ତୁ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁର ମହାନଗର ସ୍ଵଚ୍ଛତାକୁ ନେଇ ଅଣ୍ଟା ଭ୍ିଡିଛି ବ୍ରହ୍ମପୁର ମହାନଗର ନିଗମ । ଏଣିକି ବାହାରେ ପରିଶ୍ରା ବା ମଳତ୍ୟାଗ କଲେ ଜରିମାନା ଦେବାକୁ ପଡିବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହା ଜୋରଦାର ପ୍ରଚାର ପ୍ରସାର କରୁଛି । ଯଦି ଜଣେ ଲୋକ ବାହାରେ ଶୌଚକରେ ତାହା ହେଲେ ତାକୁ ୧୦୦ ଟଙ୍କା ଦେବାକୁ ପଡିବ । ୨୦୦୮ ମସିହାରେ ମହାନଗର ନିଗମର ମାନ୍ୟତା ପାଇଥିଲା ବ୍ରହ୍ମପୁର ମହାନଗର ନିଗମ ତେବେ ସ୍ଵଚ୍ଛ ଭାରତ ମିଶନ ଅନୁସାରେ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳ ଭାବେ ମାନ୍ୟତା ପାଇଥିବାରୁ ଏବେ ଗୁରୁତ୍ୱର ସହ ଅଞ୍ଚଳକୁ ପରିଷ୍କାର ରଖିବା ପାଇଁ ଏଭଳି ବ୍ୟବସ୍ଥା ଆପଣାଯାଇଛି ।


