ପୋଲିସ ପରିଚୟ ଦେଇ ମହିଳାଙ୍କ ଠାରୁ ଅଳଙ୍କାର ଲୁଟ ,ଅଭିଯୋଗ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ପୋଲିସର ପରିଚୟ ଦେଇ ଗୁରୁଦାର ଦିନ ଦ୍ୱିପହରରେ ଜଣେ ମହିଳାଙ୍କ ଠାରୁ ଅଳଙ୍କାର ଲୁଟ୍ ହୋଇଥିବା ଟାଉନଥାନାରେ ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଟିମ୍ ଓ ଏସପି ପିନାକି ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି । ଅତିଶିଘ୍ର ଦୁବୁତ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସପି ପିନାକି ମିଶ୍ର ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧. ୩୦ ମିନିଟ ସମୟରେ ମହିଳା ଜଣକ ମିଲିଟାରୀ ଲାଇନର ଦଳୁଆ ସାହିରେ ନିକଟରେ ଥିବା ମନ୍ଦିରର ଦର୍ଶନ କରି ଫେରୁଥିବା ସମୟରେ ପୋଲିସର ପରିଚୟ ଦେଇ ମହିଳାଙ୍କ ଠାରୁ ଅଳଙ୍କାର ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ବାରମ୍ବାର ବ୍ରହ୍ମପୁର ସହରର ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଦୁବୁର୍ତ୍ତମାନେ ଦିନ ଦ୍ୱିପହରରେ ଲୁଟ୍ କରି ଫେରାର ଘଟଣା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପୂର୍ବରୁ ବ୍ରହ୍ମପୁର ସହରରେ ଏହି ଭଳି ଘଟଣା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ୫ ଗୋଟି ଚୋରି ମାମଲା ରହିଥିବା ଏସପି କହିବା ସହ ଦୁର୍ବୁତ୍ତମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।


