କୋଦଳାରେ ସଟଡାଉନର ପ୍ରଭାବ… ରାସ୍ତାଘାଟ ଶୁନଶାନ୍
କୋଦଳା, (ଗୁଲସନ କର): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା ଚେନ୍ କୁ ରୋକ ଦେବା ପାଇଁ ବା ଆଗକୁ ଯେଭଳି ଗୋଷ୍ଠୀ ସଂକ୍ରମଣ ନହୁଏ ତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ନୀତି ଆପଣାଉଛନ୍ତି।ଏଥିସହ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଘର ବୁଲି ହେଲଥ ସ୍କ୍ରିନିଂ କରାଯିବା ସହ ଆଣ୍ଟିଜେନ ପରୀକ୍ଷା କରିବା ପାଇଁ ସମସ୍ତ ସହରାଞ୍ଚଳ ସହ ଏନଏସି ଓ ବ୍ଲକ ହେଡକ୍ବାର୍ଟର ଗୁଡିକୁ ଜୁଲାଇ ୯ ରୁ ୧୩ ତାରିଖ ଯାଏଁ ସଟଡାଉନ ପାଇଁ ଜିଲ୍ଲାପାଳ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି। ଏହାର ପ୍ରଭାବ କୋଦଳା ଏନଏସି ଓ ବେଗୁନିଆପଡା ବ୍ଳକରେ ମଧ୍ୟ ଦେଖିବାକୁ ମିଳିଛି। କେହି ଯେମିତି ଏହି ପାଞ୍ଚ ଦିନ ଘରୁ ନ ବାହାରିବା ସହ ଅଯଥା ରାସ୍ତାରେ ନ ବୁଲିବେ ସେଥିପାଇଁ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ତରଫରୁ ପ୍ରତେକ ଛକ ମାନଙ୍କରେ ଦୁଇରୁ ତିନି ଜଣ ପୋଲିସ କର୍ମଚାରୀ ଚାରୀଙ୍କୁ ନିୟୋଜିତ କରି ବ୍ୟାରିକେଟ ବନ୍ଧାଯାଇ ଗାଡି ଗୁଡ଼ିକୁ ଚେକିଂ କରାଯାଉଛି। କେବଳ ଅତ୍ୟାଵଶ୍ୟକୀୟ ଓ ଜରୁରୀକାଳୀନ ଗାଡି ମାନଙ୍କୁ ଛଡାଯାଉଛି। ଏତତ ବ୍ୟତୀତ ପ୍ରଥମ ଦିନରେ ସମସ୍ତ ଦୋକାନ ବନ୍ଦ ରହିବା ସହ କୋଦଳା ଏରିଆ ଖାଁ ଖାଁ ଦେଖାଯାଉଥିଲା। କେତେଜଣ ଅମାନିଆ ବିନା ମାସ୍କ ଓ ବିନା କାର୍ଯ୍ୟରେ ଗାଡି ଧରି ଘରୁ ବାହାରିବା ପାଇଁ ସେମାନଙ୍କୁ ଫାଇନ ପଡିବା ସହ ତାଗିଦ କରାଯାଇଥିଲା।


