ସିକିରି ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କଲା ପ୍ରଶାସନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ ସଂକ୍ରମିତ ଜିଲ୍ଲା ମଧ୍ୟରେ ୧୦ଟି ଜିଲ୍ଲାର ସ୍ଥିତି ଅସମ୍ଭାଳ ଥିବା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏ ସମସ୍ତ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ୟ ଓ ୩ୟ ସ୍ଥାନରେ ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଛି । ଏକଦା ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀ ମାନଙ୍କ ଫେରିବା ପରେ ରୋଡ଼୍ ଜୋନରେ ପରିଣତ ହୋଇଛି । ବୁଧବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୩୦୯୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୬୦୭ ସୁସ୍ଥ ହୋଇ ଘରକୁ ପେରିଛନ୍ତି । ୧୨୦୧ ଜଣ ଚିକିିତ୍ସିତ ହେଉଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ଘନଉଛି କରୋନା ଭୁତାଣୁ ସଂକ୍ରମଣ । ପ୍ରଥମେ ପ୍ରଥମେ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତମାନ ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ବଢିବାରେ ଲାଗିଛି । ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହାର ଉଚିତ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସ୍ଥାନୀୟ ବ୍ଳକ ସିକିରି ପଂଚାୟତରେ ଜଣେ ଜନପ୍ରତିନିଧିଙ୍କ ସ୍ୱାମୀ କରେନା ଓ ଅନ୍ୟ ଜଣେ ବ୍ୟବସାୟୀ ପଜିଟିଭ ଜଣାପଡ଼ିବା ପରେ ସଂପୃକ୍ତ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁରୁବାର ଠାରୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ତହସିଲସଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ସଂପୃକ୍ତ ଗ୍ରାମରେ ପଂହଚି ଡ଼ାକବାଜି ଯନ୍ତ୍ର ସହାୟତାରେ କଂଟେନମେଂଟ ଜୋନ ଭାବେ ଘୋଷଣା କରିବା ପରେ ଔଷଧ ଦୋକାନକୁ ବାଦ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ସହ ପ୍ରଶାସନର ସମସ୍ତ ନୀତି ନିୟମ ଓ କଟକଣାକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ ଚଟକଣାକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ପ୍ରକାଶ ଥାଉକି, ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ସମସ୍ତ ଗ୍ରାମାଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜୁନ ୨୮ ତାରିଖ ଠାରୁ ସ୍ଥାନୀୟ ପୌରାଂଚଳର ପୌରାଂଚଳର ୬,୧୦.୧୨,୧୬ ନଂ ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ଓ ତରାତାରିଣୀ ରାସ୍ତାକୁ କଂଟେନମେଂଟ ଓ ପୌରାଂଚଳର ଅବଶିଷ୍ଟ ୱାର୍ଡ଼କୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ସେହିପରି ପୁର୍ବରୁ ବ୍ଳକର ଦୁର୍ବନ୍ଧ, ବଡ଼ଖଣ୍ଡି, କଂଚୁରୁ, ବୁରୁପୋଡ଼ା, ଗଣ୍ଡଳା, ବେଲଗାଁ, ସମରଝୋଳ, ଆଲପୁର ପ୍ରଭୃତି ଅଂଚଳକୁ କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଇଛି । ଆଗାମୀ ଦିନରେ ସମସ୍ତ କଂଟେନମେଂଟ ଜୋନର ୩ଟି କୁ ଆଗ୍ରାଧିକାର ଦିଆଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ