ହିଞ୍ଜିଳିରେ ଭ୍ରାମ୍ୟମାଣ କୋଭିଡ଼-୧୯ ନମୁନା ସଂଗ୍ରହ ବୁଥ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏକଦା ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀ ମାନଙ୍କ ଫେରିବା ପରେ ରୋଡ଼୍ ଜୋନରେ ପରିଣତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ଘନଉଛି କରୋନା ଭୁତାଣୁ ସଂକ୍ରମଣ । ପ୍ରଥମେ ପ୍ରଥମେ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତମାନ ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ବଢିବାରେ ଲାଗିଛି । ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହାର ଉଚିତ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଗୁରୁବାର ଏକ ଭ୍ରାମ୍ୟମାଣ କୋଭିଡ଼-୧୯ ସ୍ୱାବ ସଂଗ୍ରହ ଗାଡ଼ି ହିଞ୍ଜିଳିରେ ପଂହଚିଛି । ସ୍ଥାନୀୟ ବ୍ଳକ ଦୁର୍ବନ୍ଧ ପଂଚାୟତରେ ସ୍ୱାବ ସଂଗ୍ରହ ଗାଡ଼ି ପଂହଚିବା ପରେ ସଂପୃକ୍ତ ଗ୍ରାମର କରୋନା ଲକ୍ଷଣ ଥିବା ବହୁ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ସ୍ଥାନୀୟ ବ୍ଳକର ଅତ୍ୟଧିକ କରୋନା ପ୍ରବଣ ଅଂଚଳକ ଯାଇ ସ୍ୱାବ ସଂଗ୍ରହ କରାଯିବ । କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ମାନେ ଏଣିକି ମେଡ଼ିକାଲକୁ ଆଉ ଯିବାକୁ ପଡ଼ିବ ନାହିଁ । ଭ୍ରାମ୍ୟମାଣ ଗାଡ଼ି ସହାୟତାରେ ଲୋକମାନଙ୍କ ସ୍ୱାବ ସଂଗ୍ରହ କରି ନିଜ ପଂଚାୟତରେ ହିଁ ପରୀକ୍ଷା କରାଯିବ ବୋଲି ବିଡ଼ିଓ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ କୁମାର ପାତ୍ର, ସରଂପଚ ରଞ୍ଜୁ ବେହେରା, ରାମହରି ଶର୍ମା, ମେଡ଼ିକାଲ ଭାରପ୍ରାପ୍ଫଚ୍ଛ ଅଧିକାରୀ, ମେଡ଼ିକାଲ ସୁପର ଭାଇଜର, ଏଏନଏମ, ସ୍ୱାସ୍ଥ୍ୟ କର୍ମୀ ଓ ଲେବ୍ରୋଟେରୀ ଟେକ୍ନସିୟାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ