ରାଜାରାମ ସ୍ୱାଇଁ ପାଇଲେ ଲଳିତ କଳା ଏକାଡ଼େମୀ ପୁରସ୍କାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ଗତ ମେ ୨୬ ତାରିଖ ଠାରୁ ୩୦ ତାରିଖ ମଧ୍ୟରେ ଅନଲାଇନ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୋଭିଡ଼-୧୯ର ସକରାତ୍ମକ ସଚେତନତା ଶୀର୍ଷକ ଅନଲାଇନ ଚିତ୍ରକଳା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଘୋଷଣା କରାଯାଇଛି । ଭୂବନେଶ୍ୱର ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପୁରସ୍କାର ଘୋଷଣା କରିଛନ୍ତି । ଉକ୍ତ ଅନଲାଇନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମର ରାଜାରାମ ସ୍ୱାଇଁଙ୍କ ଚିତ୍ରଟି ଜୁରି ସଦସ୍ୟଙ୍କ ଦ୍ୱାରା ମନୋନୀତ ହୋଇଛି । ରାଜାରାମଙ୍କ ଦ୍ୱରା ଅଙ୍କିତ କୋଭିଡ଼୧୯ ବିଷୟବସ୍ତୁ ଛବିରେ ବର୍ତମାନ ସମାଜର ନିଖୁଣ ଚିତ୍ର ପ୍ରତିଫଳିତ ହୋଇଛି । ଉକ୍ତ ଛବିରେ ପ୍ରତିଦିନ ଘଟୁଥିବା ଘଟଣା ତଥା କରୋନା ଭୁତାଣୁ ସଂକ୍ରମଣ ଓ ଜନସାଧାରଣଙ୍କ କରୁଣ ପରିସ୍ଥିତି ପ୍ରତିଫଳିତ ହୋଇଥିବା ବେଳେ ବର୍ତମାନର ମାନବ ସମାଜ ଏହି ଚିତ୍ର ଦ୍ୱାରା ସଚେତନ ହୋଇପାରିବେ ବୋଲି ୍ରଆଶା କରାଯାଉଛି । ରାଜାରାମ ପୁରସ୍କୃତ ହେବା ପରେ ଅଂଚଳର ବହୁ ବୁଦ୍ଧିଜୀବି ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ