ଓଡ଼ିଶାରେ ଶିଳ୍ପାୟନ

କେନ୍ଦ୍ର ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ବି ୍ଳବ ପାଇଁ ନୀତି ନିର୍ଦ୍ଧାରଣ କରି ବ୍ୟାପକ କାର୍ଯ୍ୟପନ୍ଥାମାନ ଗ୍ରହଣ କରି ଆସୁଛନ୍ତି । ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ଲାଗି ସରକାର ବୃହତ ଶିଳ୍ପ, ବା ଭାରୀଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନ ପ୍ରତିଷ୍ଠା କରିଛନ୍ତି । ସେହି କ୍ରମରେ ପ୍ରକୃତିର ମାଟି, ପାଣି, ପବନ, ପ୍ରାକୃତିକ ସମ୍ପଦ କୁ ଉପୋଯଗ କରି
ବିଭିନ୍ନ ପ୍ରକାରଭେଦର ଶିଳ୍ପ ମାନ ସ୍ଥାପିତ ହୋଇ ପାରିଛି । ପ୍ରକୃତି ପ୍ରଦତ୍ତ ସମ୍ପଦ ହିଁ ଶିଳ୍ପ ସ୍ଥାପନର ମୂଳ ଆଧାର କହିଲେ ଅତ୍ୟୁକ୍ତି ହେବ ନାହିଁ । ମଣିଷର କ୍ଷି ୍ର ବୁଦ୍ଧିମତ୍ତା ଓ ଆଧୁନିକ ଜ୍ଞାନ କୌଶଳକୁ ଉପୋଯୋଗ କରି ଆମ ଦେଶରେ ଶିଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ଆମ ଦେଶ, ରାଜ୍ୟ ଓ ଲୋକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟି ।ରିଛି । ବିଶ୍ୱ ଦରବାରରେ ମଧ୍ୟ ଆମ ଦେଶ ସୂନାମ ଅର୍ଜନ କରି ।ରିଛି । ଏଥି ସହ ବିଶ୍ୱ ଶିଳ୍ପ ବାଣିଜ୍ୟ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛି । ଫଳରେ ବିଶ୍ୱରେ ଆମ ଦେଶର ଗୌରବ ବୃଦ୍ଧି ଘଟିଛି । ଆମ ରାଜ୍ୟରେ ଅନେକ ଗୁଡ଼ିଏ ବୃହତ ଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାନ ଗଢ଼ି ଉଠିଛି । ରାଜ୍ୟରେ ଜଳ ଭିତ୍ତିକ ଶିଳ୍ପ, ଯଥା ଜଳ ବିଦ୍ୟୁତ୍ ଉତ୍ପାଦନ ଶିଳ୍ପ, ଲୌହ ଖଣିଜ ସମ୍ପଦ ବିନିଯୋଗ କରି ବୃହତ୍ତ ଇସ୍ପାତ ଶିଳ୍ପ, କ୍ରୋମାଇଟି ଖଣିଜ ସମ୍ପଦ ବ୍ୟବହାର କରି ଏସିଆ ମହାଦେଶର ପ୍ରଥମ ଫରୋକ୍ରୋମ ପ୍ଲାଣ୍ଟ, ପବନ ଓ ସୌରଶକ୍ତି ବ୍ୟବହାର କରି ସୌରଶିଳ୍ପ ବା ସୋଲାରଶିଳ୍ପ ମାନ ରାଜ୍ୟରେ ସ୍ଥାପିତ ହୋଇ ପାରିଛି । ଏହା ଛଡ଼ା ବିଭିନ୍ନ ପ୍ରକାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାନ ଗଢ଼ି ଉଠିଛି । ଏକଦା ଆମ ରାଜ୍ୟର ଇସ୍ପାତ ରାଜଧାନୀ
କୁହାଯାଉଥିବା ରାଉରକେଲା ଠାରେ ସ୍ଥାପିତ ରାଉରକେଲା ଇସ୍ପାତ କାରଖାନା ପରେ ରାଜ୍ୟକୁ କି ରି ଶିଳ୍ପ ସମୃଦ୍ଧି କରାଯାଇ ପାରିବ ସେଥିଲାଗି ଶିଳ୍ପ ମନସ୍କ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦ୍ୱିତୀୟ ଇସ୍ପାତ କାରଖାନାର ସ୍ୱପ୍ନ ଦେଖିଥିଲେ । ଏବଂ ଏଥି ପାଇଁ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ (ତ୍ରୀଜଙ୍ଗା) ଓ ସୁକିନ୍ଦା ବ୍ଲକରେ ଏହି ଇସ୍ପାତ କାରଖାନା ସ୍ଥାପିତ କରିବା ପାଇଁ ଉଦ୍ୟମ କରିଥିଲେ । ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ସ୍ୱରାଜ ପାଲଙ୍କୁ ନେଇ ଦାନଗଦୀ (ତ୍ରୀଜଙ୍ଗା) ବ୍ଲକର ଜଖପୁରା ଠାରେ ଏକ କଦମ୍ବ ଗଛ ଲଗାଇ ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦ୍ୱିତୀୟ ଇସ୍ପାତ କାରଖାନାର ଶୁଭ ଦେଇଥିଲେ । ଆଜି ତାଙ୍କର ଆବର୍ତ୍ତମାନରେ ଏହି ଅଞ୍ଚଳ କଳିଙ୍ଗନଗର ନାମରେ ନାମିତ ହୋଇ ଏହା ଆଜି ଇସ୍ପାତ ରାଜଧାନୀରେ ପରିଣତ ହୋଇ ବିଶ୍ୱଶିଳ୍ପ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ।ରିଛି । ଏଠାରେ ଗଢ଼ି ଉଠିଛି କେତେ ଗୁଡ଼ିଏ ବୃହତ ଶିଳ୍ପ । ସମାୟନୁକ୍ରମେ ଯେଉଁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ଟ୍ଟନାୟକ ନିଜର ଶିଳ୍ପକୁ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରି ସର୍ବଦା ଓଡ଼ିଆ ଜାତି ଓ ଓଡ଼ିଶାର ମଙ୍ଗଳ କାମନା କରି ଆସୁଥିଲେ ସେହି ମହାନ ଆତ୍ମାଙ୍କୁ ଆଜିର ଆଲୋଚନା ପରି ପ୍ରେକ୍ଷୀରେ ସ୍ମରଣ କରିବା ଉଚିତ୍ । ଏଥି ସହ ରାଜ୍ୟ ଅନ୍ୟତମ ସଂସ୍କୃତି ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନ ଓ ସଂକଳ୍ପ ଥିଲା ହଜାରେ ଦିନରେ
ହଜାରେ ଶିଳ୍ପ । ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ସ୍ଥାପନ କ୍ଷେତ୍ରରେ ମଧ୍ୟ ସେ ସଫଳତା ଅର୍ଜନ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ଗଠନର ପ୍ରଧାନମନ୍ତ୍ରୀ, ସ୍ୱାଧୀନ ଭାରତର କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିବା ଅତ୍ୟତମ ପ୍ରବାଦ ପୁରୁଷ ଡକ୍ଟର ହରେକୃଷ୍ଣ ମହତାବ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ଶ୍ରୀମତୀ ନନ୍ଦିନୀ ଶତପଥୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନଙ୍କର ଶିଳ୍ପ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସେମାନଙ୍କର ଉଦ୍ୟମ ଓ ଭୂମିକା ଓଡ଼ିଶା ମାଟିକୁ ଗୌରବାନ୍ୱିତ କରିଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ ଆଜି ଓଡ଼ିଶାରେ ଏକାଧିକ ଶିଳ୍ପ ପ୍ରତିଷ୍ଠା ହୋଇ ପାରିଛି । ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜନୈତିକ ଇଚ୍ଛାଶକ୍ତି, ପ୍ରଶାସନିକ ତତ୍ ରତା
ଓ ଜନସାଧାରଣଙ୍କ ସହଯୋଗ ଏକାନ୍ତ କାମ୍ୟ । ନହେଲେ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇ ପାରନ୍ତା ନାହିଁ । ଆଜି ଓଡ଼ିଶାର ରାଉରକେଲା, କଳିଙ୍ଗ ନଗରର ଶିଳ୍ପପୁଞ୍ଜ, ଲାଞ୍ଜିଗଡ଼, ଅନୁଗୁଳ, ଦାମନଯୋଡ଼ି, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ପାରାଦ୍ୱୀପ, ଗୋପାଳପୁର, କୋରାପୁଟ, ରାୟଗଡ଼ା ପ୍ରଭୂତି ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଆଜି ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପମାନ ଗଢ଼ିଉଠିଛି । ଫଳରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଯଥେଷ୍ଟ ସହାୟକ ହୋଇ ପାରୁଛି । ଆଜି ଶିଳ୍ପ ବି ୍ଳବର ମୂକସାଖି ଭାବେ ଓଡ଼ିଶା ମାଟିରେ ମଥାଟେକି ଛିଡା ହୋଇଥିବା ଶିଳ୍ପ ପୁଞ୍ଜ ଗୁଡ଼ିକ ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ନିର୍ବାହ କରି ।ରୁଛନ୍ତି ।
ଏକ ତଥ୍ୟ ଅନୁଯାଇ ୨୦୦୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ୧୦୫ ଗୋଟି ଶିଳ୍ପ କାରଖାନା ପ୍ରତିଷ୍ଠା କରିବାକୁ ଅନୁମୋଦନ କରିଥିବା ବେଳେ ଏହି ଶିଳ୍ପମାନଙ୍କ ମଧ୍ୟରୁ ୧୦ଗୋଟି ଆଇରନ ଓ ସ୍ପଞ୍ଜ ଆଇରନ ଶିଳ୍ପ ବନ୍ଦ ହୋଇ ଯାଇଛି । ଏହା ବ୍ୟତିତ ୧୭ ହଜାର ୧୬୯ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ରାଜ୍ୟରେ ସ୍ଥାପିତ ହୋଇଥିବା ୩ ଲକ୍ଷ ୪୯ ହଜାର ୭୭୦ ଗୋଟି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ କାରଖାନାରେ ପ୍ରାୟ ୧୪ ଲକ୍ଷ ୧୫ ହଜାର ୧୫୧ ଜଣ ବ୍ୟକ୍ତି ନିଯୁକ୍ତିର ସୂଯୋଗ ପାଇ ପାରିଛନ୍ତି । ଏହାଛଡ଼ା ରାଜ୍ୟରେ ପ୍ରାୟ ୧୭୬୬ ଜଣ ଯୁବଗୋଷ୍ଠିଙ୍କୁ ୫୭ଟି ବ୍ୟାଚରେ ଇ.ଡ଼ି.ପ.ି ତାଲିମ ପ୍ରଦାନ କରାଯାଇଥିବା ବେଳେ ୨୦୧୩- ୧୪ ମସିହାରେ ୪୩୬୪ ଟି କାର୍ଯ୍ୟକ୍ରମ ଜରିଆରେ ଯୁବକ ମାନଙ୍କ ମଧ୍ୟରେ ଆତ୍ମ ନିଯୁକ୍ତି ପାଇଁ ବୈଶୟିକ ଜ୍ଞାନକୌଶଳ
ସଚେତନତା ବା ଆୱାରନେସ୍ ପ୍ରୋଗ୍ରାମ କରାଯାଇ ୩ ଲକ୍ଷ ୮୧ ହଜାର ୧୧୫ ଜଣ ଯୁବକଙ୍କୁ ସଚେତନ କରାଯାଇ ପାରିଛି ଏକ ତଥ୍ୟ ଅନୁଯାଇ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆମ ଦେଶ ଓ ବିଦେଶରେ ନିବେଶକ ସମ୍ମିଳନୀ ମାନ ଆୟୋଜନ କରାଯିବା ସଙ୍ଗେ ସଙ୍ଗେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରୋଡସୋ କାର୍ଯ୍ୟକ୍ରମ କରାଯିବା ସହିତ ଆଗ୍ରହୀ ପୁଞ୍ଜିନିବେଶକ ମାନଙ୍କ ସହ ବୈଠକ ମାନ ଅନୁଷ୍ଠିତ ହୋଇଛି । ଏହାର ଫଳ ସ୍ୱରୂ ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ସରକାର ଏକକ ବାର୍ତ୍ତାୟନ ପ୍ରଣାଳୀ ବା ସିଙ୍ଗିଲିୱିଣ୍ଡୋ ପ୍ରଣାଳୀ ମାଧ୍ୟମରେ ପ୍ରାୟ ୩୦୧ ଟି ଏମ୍.ଓ.ୟୁ (MOU) ଶିଳ୍ପପତି ମାନଙ୍କ ସହ ସରକାର ସ୍ୱାକ୍ଷରିତ କରି ଶିଳ୍ପ ସ୍ଥାପନ ପାଇଁ ସରକାରୀ ଅନୁମୋନ କରଥିଲେ । ଏହି ଶିଳ୍ପପୁଞ୍ଜିରେ ୫ ଲକ୍ଷ ୫୦ ହଜାର ୧୪୯ ପଏଣ୍ଟ ୧୪ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଥିଲା । ଏମ୍.ଓ.ୟୁ ସ୍ୱାକ୍ଷରିତ ୩୦୧ ଗୋଟି ଅନୁମୋଦିତ ଶିଳ୍ପ ମଧ୍ୟରୁ ୫୧ ଟି ଶିଳ୍ପ ସ୍ଥାପିତ ହୋଇ କେତେକ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିଛି । ଏହା ଶିଳ୍ପ ପ୍ରଗତୀର ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିଳ୍ପ ଓ ଖଣି ଅଞ୍ଚଳରେ ଜନକଲ୍ୟାଣଲାଗି, କେନ୍ଦ୍ର ଓ ରାଜ୍ୟ ସରକାର କେତେକ ନିୟମ ପ୍ରଣୟନ କରିଛନ୍ତି । ଡିଷ୍ଟ୍ରିକ୍ଟ
ମିନିରାଲ ଫାଉଣ୍ଡେସନ ରୁଲ୍ସ ୨୦୧୫ ଓ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (PMKKKY) ନିର୍ଦ୍ଦେଶାବଳୀ ଅନୁଯାଇ ଏବଂ ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ସରକାର ସି.ଏସ୍.ଆର୍ (CSR) ଫଣ୍ଡ ଗଠନ କରି ଖଣି ଓ ଶିଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ, ଖଣି ଓ କାରଖାନା ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଲୋକଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ପରିବେଶ, ଗମନାଗମନ, ପ୍ରଭୃତି ବିଭିନ୍ନ ଉନ୍ନୟନ
ମୂଳକ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ । ଏହା ଫଳରେ ଏହି ପାଣ୍ଠି ସୁବିନିଯୋଗ ଦ୍ୱାରା ବହୁ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦିତ ହୋଇପାରୁଛି । ଖଣି ଓ ଶିଳ୍ପ କାରଖାନା ମାନଙ୍କରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ “ନିରାପତ୍ତା” ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱ ୂର୍ଣ୍ଣ । ବହୁ କାରଖାନା ଓ ଖଣିରେ ଦୁର୍ଘଟଣା ଘଟିଲେ ଶ୍ରମିକ ମାନଙ୍କର ଜୀବନଦ୍ୱୀପ ଲିଭିଯାଏ । ଖଣି ଓ କାରଖାନା
ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ପାଳ କରିବା ଉଚିତ । କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ନିରାପତ୍ତା ଆଇନ ପ୍ରଣୟନ କରିଛନ୍ତି ତାକୁ ଖଣି ଓ ଶିଳ୍ପର ମାଲିକ ମାନେ ଅନେକ ସମୟରେ ଖାମଖିଆଲ ଭାବେ ହେଉ ବା ଖର୍ଚ୍ଚ ବହନ କରିବାରୁ ରକ୍ଷା ପାଇବା ପାଇଁ ହେଉ ସେଥି ।ଇଁ ଆଇନ୍କୁ ସେ ସଠିକ୍ ଭାବେ କାର୍ଯ୍ୟକାରୀ ନକରି ଅଣଦେଖା କରିଥାନ୍ତି । ଯାହା ଫଳରେ ଖଣି ଓ କାରଖାନା ଗୁଡ଼ିକରେ ଦୁର୍ଘଟଣା ବୃଦ୍ଧି ପାଇଥାଏ । ପ୍ରଶାସନିକ କର୍ତ୍ତୃ କ୍ଷ ଏଦିଗରେ ଯଥେଷ୍ଟ ସଚେତନ ରହିବା ଉଚିତ୍ । ଅନେକ ସମୟରେ ଦୁର୍ଘଟଣା ଘଟିଲେ ଖଣି ଓ ଶିଳ୍ପର ମାଲିକ ମାନେ ଦୁର୍ଘଟଣା ପରିସ୍ଥିତି ଠାରୁ ନିଜକୁ ଦୂରେଇ ରଖି ନିଜର ଅଧିକାରୀ ଓ ସରକାରୀ କଳର ସହାୟତାରେ ଯେ କୌଣସି ପ୍ରକାରେ ଘଟଣାର ସମାଧାନ କରି ଖଣି ଓ ଶିଳ୍ପ ପରି·ଳନା କରିବା କ୍ଷେତ୍ରରେ ସଫଳ ହୋଇଥାନ୍ତି । ନିକଟରେ ଏହି ପନ୍ଥାର ପରି ନ୍ଥି
ଭାବେ ଛିଡା ହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ଏକ ରାଷ୍ଟ୍ରାୟତ ଉଦ୍ୟୋଗର ଅଧ୍ୟକ୍ଷ । ନିକଟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ “ନାଲକୋ” ର ଅନୁଗୁଳ ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ଆହାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ କର୍ମ·ରୀ ହୋଇଥିବା ବେଳେ ଆଉ ଦୁଇ ଜଣ ଶିକ୍ଷାନବୀଶ ଛାତ୍ରଥିଲେ । କାରଖାନା କର୍ତ୍ତୃ କ୍ଷଙ୍କ ପକ୍ଷରୁ ସେମାନଙ୍କୁ ତୁରନ୍ତ ଡାକ୍ତର ଖାନରେ ଭର୍ତ୍ତୀକରାଯାଇ ଚିକିତ୍ସା କରାଯାଉଥିବାର ଖବର ପାଇ ତୁରନ୍ତ ନାଲକୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ·ନ୍ଦ, ସାଧାରଣ ପ୍ରଶାସନ ଡାଇରେକ୍ଟର, ପ୍ରଡକ୍ସନ ଡାଇରେକ୍ଟର, ସାଧାରଣ ପ୍ରଶାସନ ଜି.ଏମ୍ ଓ ଡି.ଜି.ଏମ୍ ପ୍ରଭୃତି ଅଧିକାରୀ ମାନଙ୍କ ସହ ତୁରନ୍ତ ଡାକ୍ତରଖାନାରେ ପହଞ୍ôଚ ଆହାତ ହୋଇ ଚିକିତ୍ସିତ ହେଉଥିବା ଛାତ୍ର ଓ କର୍ମ·ରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏହା ଫଳରେ ନାଲକୋର ଅଧ୍ୟକ୍ଷ ମାନବିକତାର ବାର୍ତ୍ତା
ଦେବା ସହ ଅନ୍ୟମାନଙ୍କ ପାଇଁ ଓ କରର୍ପୋରେଟ ଜଗତ ପାଇଁ ଉଦାହରଣ ସୃଷ୍ଟି କରି ପାରିଛନ୍ତି । ନାଲକୋ କର୍ତ୍ତୃ କ୍ଷଙ୍କ ପରି ଯଦି କରର୍ପୋରେଟ ଜଗତର ଖଣି ଓ କାରଖାନାର ମାଲିକ ଓ ଉଚ୍ଚକର୍ତ୍ତୃ କ୍ଷ ମାନେ ଏହି ରି ଉଦାହରଣ ସୃଷ୍ଟି କରି ।ରନ୍ତେ ତେବେ ଏଦେଶ ଓ ଜାତି ସେମାନଙ୍କ ପାଇଁ ନିଶ୍ଚୟ ର୍ଗବ ଅନୁଭବ କରି ।ରନ୍ତ । ଏଥି ସହ ମାଲିକ ଓ ଶ୍ରମିକ ମାନଙ୍କ ମଧ୍ୟରେ ଏକ ମାନବିକତା ସମ୍ପର୍କର ସେତୁ ମଧ୍ୟ ପ୍ରତିଷ୍ଠା ହୋଇ ପାରନ୍ତା । ଆମ ରାଜ୍ୟ ଓ ଦେଶରେ ଶିଳ୍ପ ପ୍ରଗତୀର ଏକ ନୂତନ ମାଇଲ
ଖୁଣ୍ଟ ପ୍ରତିଷ୍ଠା ହୋଇପାରନ୍ତା । ଫଳରେ ଶିଳ୍ପ କ୍ଷେତ୍ରରେ ଦେଶର ଆର୍ଥିକସ୍ଥିତି ନିଶ୍ଚୟ ସୁଦୃଢ଼ ହୋଇ ପାରନ୍ତା । ଯାହା ହେଉ ଦେଶ ଓ ରାଜ୍ୟର ପ୍ରଗତୀ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ସହ ନିଜ ମା ଓ ମାଟିର ସମ୍ମାନ ରକ୍ଷା କରିବା, ନିଜ ରାଜ୍ୟ, ଦେଶ ଏବଂ ଜାତିର ଗୌରବ ବୃଦ୍ଧି କରିବା, ଆଉ ଶିଳ୍ପ ପ୍ରଗତୀର ଧ୍ୱଜା ଉଡାଇବା ।

ହଳଧର ଧୀର
ବରିଷ୍ଠ ସାମ୍ବାଦିକ
ଭୁବନେଶ୍ୱର

Mail: haladhar.dhir@gmail.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ