ଫୁଲ ଓ ମିଠା ଦେଇ ସଫେଇ କର୍ମଚାରୀଙ୍କୁ ବିଦାୟ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହଗୁଡି ସଙ୍ଗରୋଧ କେନ୍ଦ୍ରରେ ଥିବା ସଫେଇ କର୍ମଚାରୀଙ୍କୁ ଫୁଲ ଦେଇ ମିଠା ଖୁଆଇ ବିଦାୟ କରିଛନ୍ତି କେନ୍ଦ୍ରର ନୋଡାଲ ଅଫିସର ଜିତେନ୍ଦ୍ର କୁମାର ପ୍ରଧନ। ଗତ ୩ ମାସ ଧରି ସଙ୍ଗରୋଧ କେନ୍ଦ୍ରରେ ସଫେଇ କର୍ମଚାରୀ ଭାବେ ନିୟୋଜିତ ହୋଇଥିବା ୪ ଜଣ ଯୁବକମାନେ ଅହରହ କେନ୍ଦ୍ରରେ ରହି ପ୍ରବାସୀମାନଙ୍କୁ ସେବା ଯୋଗାଇ ଆସୁଥିଲେ । ଏପିକି ସଙ୍ଘରୋଧ କେନ୍ଦ୍ରରେ ନିର୍ଭୟରେ ସେମାନେ ପ୍ରବାସୀମାନଙ୍କ ପାଇଖନା ସଫା କରିବା ସହ ପରିବେଶକୁ ସଫା କରୁଥିଲେ । ପ୍ରବାସୀମାନେ ସେମାନଙ୍କ ଅବଧି ସାରି ଯିବା ପରେ ସମସ୍ତେ ଘରକୁ ଚାଲି ଯିବା ପରେ ସେମାନଙ୍କ ସେବାରେ ନିୟୋଜିତ ହୋଇଥିବା ୪ ଜଣଙ୍କୁ ମଧ୍ୟ ବିଦାୟ ଦିଆଯାଇଛି। ବିଦାୟ ବେଳେ ଯୋଦ୍ଧା ଭାବରେ ନିଜ ଦାଇତ୍ୱ ସମ୍ପନ୍ନ କରିଥିବାରୁ ନୋଡାଲ ଅଫିସର ସେମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଫୁଲ ଓ ମିଠା ଖୁଆଇ ବିଦାୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ