କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଏସି ବନ୍ଦ ରଖିବା ଜରୁରୀ

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆଖପାଖ ସ୍ଥାନରେ କରୋନା ସଂକ୍ରମିତ ବ୍ୟକ୍ତି ଉପସ୍ଥିତ ହେବାର ସମ୍ଭାବନା ରହିଛି, ତେବେ କରୋନା ଭୂତାଣୁ ଦ୍ୱାରା ସଂକ୍ରମଣ ହେବାରୁ ନିଜକୁ ବଞ୍ଚାଇବା ପାଇଁ ଏସି ବନ୍ଦ କରିବା ଉଚିତ୍। ଯଦି ଆପଣ ଏହା ନକରନ୍ତି, ସାମାଜିକ ଦୂରତା ଅନୁସରଣ କରିବା ସତ୍ତ୍ୱେ ମଧ୍ୟ ଆପଣ ସଂକ୍ରମଣ ଶିକାର ହେବେ ବୋଲି ବର୍ତ୍ତମାନ କିଛି ବିଶେଷଜ୍ଞ କହିଛନ୍ତି । ବିଶ୍ୱର ବିଭିନ୍ନ ଦେଶର ୨୦୦ ବୈଜ୍ଞାନିକଙ୍କ ଦାବି ପରେ କରୋନା ଭୂତାଣୁ ବାୟୁବାହିତ ବୋଲି ସ୍ୱୀକାର କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବ୍ରିଟିଶ ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୁଇ ପ୍ରକାରର ଏୟାର କଣ୍ଡିସନର ଅଛି । ଗୋଟିଏ ଯାହା ବାହାର ବାୟୁକୁ ଥଣ୍ଡା କରି ଭିତରକୁ ଛାଡ଼ିଥାଏ ଏବଂ ଅନ୍ୟଟି ଯାହା ଘର ଭିତର ବାୟୁକୁ ଥଣ୍ଡା କରିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି କେହି ଘର ଭିତର ବାୟୁକୁ ଥଣ୍ଡା କରୁଥିବା ଏୟାର କଣ୍ଡିସନର ବ୍ୟବହାର କରୁଛନ୍ତି, ତେବେ ସେମାନଙ୍କୁ ନିଜ ଝରକା ବା କବାଟ ଖୋଲା ରଖିବା ଦରକାର । ନଚେତ ଏଭଳି ଏୟାର କଣ୍ଡିସନର ବ୍ୟବହାର ନକରି ବନ୍ଦ କରିଦେବା ଦରକାର । ଯଦି ଏଭଳି ନକରାଯାଏ, ତେବେ ଆପଣ ସହଜରେ ସଂକ୍ରମଣର ଶିକାର ହେବେ ।
ଲଣ୍ଡନର ଚାର୍ଟାର୍ଡ ଇନଷ୍ଟିଚ୍ୟୁସନ୍ ଅଫ୍ ବିଲଡିଂ ସର୍ଭିସ ଇଞ୍ଜିନିୟର୍ସ କହିଛନ୍ତି ଯେ, ଏସି ଯାହା ବାହ୍ୟ ବାୟୁ ବ୍ୟବହାର କରେ ନାହିଁ, ତାହା ଖୁବ ସହଜରେ କରୋନା ଭୂତାଣୁ ବିସ୍ତାର କରିଥାଏ । ଏହି କାରଣରୁ, ରେସ୍ତୋରାଁ ଇତ୍ୟାଦିରେ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ଅଧିକ ରହିଛି | କିଛି ଦିନ ତଳେ ଊହାନ ସହରରେ ରହୁଥିବା ଏକ ପରିବାର ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ। ସେଠାରୁ ଆସିବା ପରେ ପରିବାରର ଜଣେ ସଦସ୍ୟ ଲକ୍ଷଣ ନଥାଇ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଏହା ପରେ ପରେ ସେହି ଦିନ ରେସ୍ତୋରାଁକୁ ଆସିଥିବା ଅନ୍ୟ ଲୋକମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିଲା । ରେସ୍ତୋରାଁ ଲାଗିଥିବା ଏସି ପାଇଁ ସହଜରେ ଭୂତାଣୁ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିଥିବା ଜଣା ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ