ସୁନା ଚାଲାଣ ମାମଲା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ଥିରୁବନନ୍ତପୁରମର ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଥିବା ଚୋରା ସୁନା ଚାଲାଣ ମାମଲାରେ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏୟାର କାର୍ଗୋ ମାଧ୍ୟମରେ ପହଞ୍ଚିଥିବା ସାମଗ୍ରୀରୁ ୩୦କିଲୋଗ୍ରାମରୁ ଅଧିକ ସୁନା ଜବତ କରିଥିଲେ କର୍ତ୍ତୃପକ୍ଷ। ସୀମା ଶୁଳ୍‌କ ବିଭାଗ ୟୁଏଇରୁ ଥିରୁବନନ୍ତପୁରମ ଆସୁଥିବା ୩୦ କିଲୋ ଚୋରା ସୁନା ଜବତ କରିଥିଲା। ଏହି ଚୋରା ଚାଲାଣ ମାମଲାରେ କେରଳ ସରକାରଙ୍କ ଆଇଟି ବିଭାଗର ଅପରେସନାଲ ମ୍ୟାନେଜର ସ୍ବପ୍ନା ସୁରେଶଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିବା ପରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ) ଦ୍ୱାରା ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ଏହି ମାମଲାରେ ସେମାନଙ୍କ ନାଁ ଆସିବା ପରେ ସ୍ୱପ୍ନା ସୁରେଶ ଏବଂ ସନ୍ଦୀପ ନାୟାର ଫେରାର ହୋଇଯାଇଥିଲେ । ଏବେ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଉଭୟ ରବିବାର ଦିନ କୋଚିର ଏନଆଇଏ କୋର୍ଟରେ ହାଜର ହେବେ ବୋଲି ଜଣା ପଡିଛି। ସୂଚନା ମୁତାବକ, ଏନଆଇଏ ଶୁକ୍ରବାର ଦିନ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଏତଲା ଲେଖିବା ସହ ଏହି ମାମଲାର ଅନ୍ତର୍ଜାତୀୟ ଲିଙ୍କ ଥିବାରୁ ଅନୁସନ୍ଧାନ ଆରମ୍ଭ ହୋଇଛି ବୋଲି କହିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ସୁନା ଚୋରା ଚାଲାଣ ଜରିଆରେ ହେଉଥିବା ଆୟ ଭାରତରେ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ବ୍ୟବହାର କରାଯାଉଥିବା ନେଇ ଜଣା ପଡିଥିବା କଥା କହିଥିଲା ଏନଆଇଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ