ପ୍ରିନସୀତାଙ୍କ ଆଇସିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ସଫଳତା

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଚଳିତ ବର୍ଷ ଆଇସିଏସଇର ଦଶମ ବୋର୍ଡ଼ ପରୀକ୍ଷାରେ ଛତ୍ରପୁରର ଛାତ୍ରୀ ୯୭ ପ୍ରତିଶତ ନମ୍ବର ରଖି ସ୍କୁଲରେ ଟପ୍ପର ହେବା ସହ ଛତ୍ରପୁର ଉପଖଣ୍ଡସ୍ତରରେ ଟପ୍ପର ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡ଼ର କୋର୍ଟ ଷ୍ଟେସନ ସାହିର ବାସିନ୍ଦା ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ନାତୁଣୀ ପ୍ରିନସୀତା ଅରଜିତା ପଟ୍ଟନାୟକ କୃତିତ୍ୱ ହାସଲ କରିଛନ୍ତି । ସେ ଯୁବ ସମାଜସେବୀ ପୁଳିନ ବିହାରୀ ପଟ୍ଟନାୟକ ଏବଂ ପୂର୍ବତନ କାଉନସିଲର ତଥା ଶିକ୍ଷାବିତ ଯାଜ୍ଞସେନୀ ସାମନ୍ତରାୟଙ୍କ କନ୍ୟା ଅଟନ୍ତି । ଚଳିତ ମାସରେ ପ୍ରକାଶ ପାଇଥିବା ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଛତ୍ରପୁର କାର୍ମେଲ କନଭେଂଟ ସ୍କୁଲରେ ପାଠ ପଢ଼ୁଥିବା ପ୍ରିନସୀତା ଅରଜିତା ପଟ୍ଟନାୟକ ୯୭ ପ୍ରତିଶନ ନମ୍ବର ରଖି ସ୍କୁଲରେ ଟପ୍ପର ହେବା ସହ ଛତ୍ରପୁର ଉପଖଣ୍ଡ ସ୍ତରରେ ମଧ୍ୟ ଟପ୍ପର ହୋଇଥିବା ଜଣାପଡ଼ିଛି । ତୁଳସୀ ଦୁଇ ପତ୍ରରେ ବାସ ଭଳି ସେ ଜଣେ ମେଧାବୀ ଛାତ୍ରୀ ରୂପେ ପରିଚିତ ଅଟନ୍ତି । ସେ ଦିନକୁ ୭ ଘଂଟାରୁ ଉର୍ଦ୍ଧ୍ୱ ଧରି ପାଠ ପଢ଼ି ଆସୁଥିବାବେଳେ ଆଜି ସଫଳତାର ଶୀର୍ଷକୁ ଛୁଇଁଛନ୍ତି । ତାଙ୍କର ସ୍ୱପ୍ନ ଅଛି ଡାକ୍ତର ପାଠ ପଢ଼ି ନିରାଶ୍ରୟ ରୋଗୀଙ୍କ ସେବା କରିବା । ସେ ସମସ୍ତ ଶ୍ରେୟ ନିଜ ବାପା, ମା, ସ୍କୁଲର ପ୍ରିନ୍ସପାଲ ତଥା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଟ୍ୟୁସନ ସାର ଓ ନିଜ ପରିବାର ବନ୍ଧୁବାନ୍ଧବଙ୍କୁ ଦେଇଛନ୍ତି । ଏହି ଅବସରରେ ତାଙ୍କୁ ଛତ୍ରପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯିବା ସହ ତାଙ୍କର ଦାଦା ତଥା ଯୁବ ବିଜେଡି ନେତା ଅଟଳ ବିହାରୀ ପଟ୍ଟନାୟକ ମଧ୍ୟ ତାଙ୍କର ଦୀର୍ଘାୟୁ କାମନା କରି ଆହୁରି ସଫଳତାର ଶୀର୍ଷ ଛୁଇଁବା ନିମନ୍ତେ ଆଶୀର୍ବାଦ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ