ଜିଲ୍ଲା ସଚେତନ ନାଗରିକ ମଂଚ ଓ ମହାକାଳପଡା ବିକାଶ ମଂଚ ପକ୍ଷରୁ କରୋନା ସଚେତନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚ ଓ ମହାକାଳପଡା ବିକାଶ ମଂଚ ମିଳିତ ଆନୁକୁଲ୍ୟରେ ମହାକାଳପଡା ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରାଯାଇଛି । ମହାକାଳପଡା ଥାନା ପରିସର ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଛକରେ ଜନସାଧାରଣଙ୍କୁ ମାସ୍କ ଓ ଡେଟଲ ସାବୁନ ପ୍ରଦାନ ସହ ମହାମାରୀ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବାକୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଛି । ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ସୈାମ୍ୟରଞ୍ଜନ ବିଶ୍ୱାଳ, ଶିକ୍ଷାବୀତ ପ୍ରଣବ କୁମାର ଜେନା, ବିଜୟ କୁମାର ଖୁଂଟିଆ, ସମାଜସେବୀ ଅଭିମନ୍ୟୁ ରାଉତ ଓ ମହାକାଳପଡା ବିକାଶ ମଂଚର ଆବାହକ ସମାଜସେବୀ ତଥା ପରିବେଶବୀତ କାଶିନାଥ ରାଉତରାୟ, ସମ୍ପାଦକ ବିଚିତ୍ରାନନ୍ଦ ବାରିକ, ଶାରଦା ପ୍ରସାଦ ଚୈାଧୁରୀ, ଧନେଶ୍ୱର ସେଠୀ, ସରୋଜ ବେହେରା, ଜନ୍ମେଜୟ ମଳିକ, ସୁକାନ୍ତ ଜେନା, ବିଜୟ ମଳିକ, ନଗେନ୍ଦ୍ର ଚୈାଧୁରୀ, ବାବୁ ବେହେରା ପ୍ରମୁଖ ମହାକାଳପଡା ବ୍ଲକର ବିଭିନ୍ନ ଅଚଂଳ ପରିକ୍ରମା କରି ଜନସାଧାରଣଙ୍କୁ ମାସ୍କ, ସାବୁନ ଓ ଅସହାୟ ବୃଦ୍ଧ, ବୃଦ୍ଧା ଏବଂ ଶିଶୁମାନଙ୍କୁ ବିସ୍କୁଟ ବଂଟନ ସହ ବାହାରକୁ ବାହାରିଲେ ସର୍ବଦା ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦ୍ୱରତ୍ୱ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ବାନ୍ଧନ୍ତୁ କରୋନାରୁ ଦ୍ୱରେଇ ରହନ୍ତୁ ଏହି ସ୍ଳୋଗାନ ସହ ଜିଲ୍ଲା ସଚେତନ ନାଗରିକ ମଂଚ ଓ ମହାକାଳପଡା ବିକାଶ ମଂଚର କର୍ମକର୍ତ୍ତାମାନେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ