ସିପିଆଇର ପୂର୍ବତନ ବିଧାୟକ ଚିନ୍ତାମଣି ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ତ ଜୋନ୍ କାର୍ଯ୍ୟାଳୟ ଠାରେ ସିପିଆଇର ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଚିନ୍ତାମଣି ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସ୍ଥିିତ ସାଥୀ ମାନେ ସ୍ୱର୍ଗତ ଜେନାଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇର ଭଦ୍ରକ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ଅବସରପ୍ରାପ୍ତ ରାଜସ୍ୱ ନୀରିକ୍ଷକ ନିରଞ୍ଜନ ନାୟକ, ପଧାନପଡା ସମିତି ସଭ୍ୟ ରତିକାନ୍ତ ଜେନା, ଆଇନଜୀବି ପରମେଶ୍ୱର ବାରିକ, ଶ୍ରୀଧର ଜେନା, ରବିନ୍ଦ୍ର ତରେଇ, କିଶୋର ବେହେରା, ପର୍ଶୁରାମ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଜେନା, ସୁରକାନ୍ ଅଲ୍ଲୀ, ନାରୀନେତ୍ରୀ ମାଳତୀ ଜେନା, କନିଷ୍ଠ ପୁତ୍ର ତଥା ସିପିଆଇ ନେତା ଜୟନ୍ତ ଜେନା ଯୋଗ ଦେଇ ସ୍ୱର୍ଗତ ଜେନାଙ୍କ ନିଷ୍ଠାପରତା ଓ ଶ୍ରମଜୀବି ଜନଗଣଙ୍କ ପାଇଁ ବିଭିନ୍ନ୍ ଆନ୍ଦୋଳନରେ ଯୋଗଦାନ ସହିତ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଖଇରା-ସିମୁଳିଆ ବ୍ଲକରୁ ୧୯୭୧ ମସିହାରେ ସିପିଆଇ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ଜୀବନର ଶେଷ ପର୍ଯ୍ୟନ୍ତ କମୁୁ୍ୟନିଷ୍ଟ ପାର୍ଟିରେ ରହି ଯେଉଁ କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋପବନ୍ଧୁ ଜେନା, ପଞ୍ଚାନନ ଜେନା, ପବିତ୍ର ସେଠୀ, ସୁବାଷ ବେହେରା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ